ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ ଥିବା ନାଇଟ୍ କ୍ଲବ୍ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି ।
ଗୋଆ କ୍ଲବ ଅଗ୍ନିକାଣ୍ଡ ଘଟଣାର କିଛି ଘଣ୍ଟା ପରେ, ଦୁଇ ଭାଇ ସକାଳୁ ଥାଇଲ୍ୟାଣ୍ଡ ପାଇଁ ଏକ ବିମାନ ବୁକ୍ କରିଥିଲେ ଏବଂ ଭାରତ ଛାଡ଼ିଦେଇଥିଲେ । ଏହାପରଠାରୁ ଭାରତର ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ । ଆଉ ଶେଷରେ ଦୁହେଁ ଥାଇଲ୍ୟାଣ୍ଡରୁ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ (MEA) ଉଭୟ ଭାଇଙ୍କ ପାସପୋର୍ଟକୁ ଅନ୍ୟ ଦେଶକୁ ଯାତ୍ରା କରିବାରୁ ରୋକିବା ପାଇଁ ରଦ୍ଦ କରିଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |