March 14, 2026

Now Odisha

Now Odisha

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ଭାରତରେ ଲଞ୍ଚ ହେଲା Ozempic

Spread the love

ଡେନ୍‌ମାର୍କର ଔଷଧ ନିର୍ମାତା କମ୍ପାନି Novo Nordisk ନିଜର ବହୁପ୍ରତୀକ୍ଷିତ ଡାଇବେଟିଜ୍ ଔଷଧ Ozempic ଭାରତରେ ଲଞ୍ଚ୍ କରିଛି । କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି । ଏକ ରିପୋର୍ଟ ଅନୁସାରେ, ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ । Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।

କମ୍ପାନି ଦ୍ୱାରା ଘୋଷଣା ମୂଲ୍ୟ ଅନୁସାରେ ୧ mg ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ପ୍ରତି ମାସ ରଖାଯାଇଛି । ସେହିପରି ୦.୫ mg ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି । ୦.୨୫ mg ଡୋଜ୍ ପାଇଁ ୮,୮୦୦ ଟଙ୍କା ପ୍ରତି ମାସ ଖର୍ଚ୍ଚ କରିବାକୁ ହେବ । ସାପ୍ତାହିକ ଆଧାରରେ ୦.୨୫ mgର ପ୍ରାରମ୍ଭିକ ମୂଲ୍ୟ ୨୨୦୦ ଟଙ୍କା ରଖାଯାଇଛି ।

ଭାରତର ଔଷଧ ନିୟାମକ ସଂସ୍ଥା CDSCO ଅକ୍ଟୋବର ୨୦୨୪ରେ Ozempicକୁ ଟାଇପ୍-୨ ଡାଇବେଟିସ୍ ଥିବା ବୟସ୍କଙ୍କ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । ଆମେରିକାର ଏଫଡିଏ ଅନୁସାରେ, ଏହା ଔଷଧ ଡାଏଟ୍ ଓ ବ୍ୟାୟାମ ସହ ମିଶି ବ୍ଲଡ୍ ସୁଗର କଣ୍ଟ୍ରୋଲରେ ସାହାଯ୍ୟ କରିବ । ଏହା କାର୍ଡିୟୋବସ୍କୁଲର ରୋଗ ଥିବା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ହୃତ୍‌ପିଣ୍ଡ ସହ ଜଡ଼ିତ ବିପଦକୁ କମ କରିବାରେ ସହାୟକ ହେବ ।

Ozempic ଶରୀରରେ ଥିବା ପ୍ରାକୃତିକ ହର୍ମୋନ ଜିଏଲପି-୧ ପରି କାମ କରିଥାଏ । ଏହା ବ୍ଲଡ୍ ସୁଗର ବଢିଲେ ଇନସୁଲିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ । ପେଟ ଖାଲି ହେବା ପ୍ରକ୍ରିୟାକୁ ଧିମା କରିଥାଏ, ଫଳରେ ଦୀର୍ଘ ସମୟ ଯାଏ ଭୋକ ଲାଗେ ନାହିଁ । ହାଇ ଡୋଜରେ ଏହା ଭୋକକୁ କମ କରିଥାଏ, ଏଥିପାଇଁ ଅନେକ ଦେଶରେ ଏହାକୁ ଓଜନ କମାଇବା ପାଇଁ ବ୍ୟବହାର କରାଯାଇଥାଏ ।

ଏହାର କିଛି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି । ଏହାଦ୍ୱାରା ଅଗ୍ନାଶୟକୁ କ୍ଷତି ପହଞ୍ଚିବାର ବିପଦ ରହିଛି । ପିତକୋଷ ସହ ଜଡ଼ିତ ସମସ୍ୟା ମଧ୍ୟ ହୋଇପାରେ । ଏହା ନେବା ଦ୍ୱାରା ବାନ୍ତି, ପେଟ ଯନ୍ତ୍ରଣା, କୋଷ୍ଠ କାଠିନ୍ୟ ପରି ସମସ୍ୟା ହୋଇପାରେ ।

error: Content is protected !!