ଅଶୋକନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ନ ଯାଉଣୁ ରାଜଧାନୀରେରେ ପୁଣି ଘଟିଛି ଛାତି ଥରାଇ ଦେବା ଭଳି ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ନରପିଶାଚ ବନିଯାଇଛି ଘର ମାଲିକର ଭାଇ । ନିଷ୍ପାପ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛାଡି ଦେଇଛି ସଇତାନ। ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି କୁନି ଝିଅ ।ଗଞ୍ଜାମରୁ ଆସି ଭୁବନେଶ୍ବର କଳିଙ୍ଗନଗରରେ ରହୁଥିବା ଏକ ଗରିବ ନିରିହ ପରିବାର ସହ ଘଟିଛି ଏହି ଘଟଣା । ଘରେ କେହି ନ ଥିବାର ସୁଯୋଗ ନେଇ, ଘର ମାଲିକଙ୍କ ଭାଇ ତାଙ୍କପରେ, ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲା । ଗତ ୪ ତାରିଖ ଦିନ ଏହି ବ୍ୟକ୍ତି ଜଣକ ଘରକୁ ଫେରିବା ପରେ, ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ । ପଚାରିବାରୁ ଘର ମାଲିକର ଭାଇ ନରେଶ ଏଭଳି ନାରକୀୟକାଣ୍ଡ ଘଟାଇଥିବା କହିଥିଲା ନାବାଳିକା ଜଣକ। ଅଭିଯୋଗ ପରେ, ଅଭିଯୁକ୍ତ ନରେଶକୁ ଗିରଫ କରିଛି ମହିଳା ଥାନା ପୁଲିସ ।
ଏହି ଛାତି ଥରା ଘଟଣା ପରେ, ଭୁବନେଶ୍ବରରେ ରହିବାକୁ ଡର ଲାଗୁଥିବା କହିଛନ୍ତି ପୀଡିତାଙ୍କ ପରିବାର । ବଡ ଝିଅ ସହ ଯାହା ଘଟିଲା, ତାପରେ ସାନ ଝିଅଟି ଏବେ କେତେ ଯେ, ସୁରକ୍ଷିତ ସେନେଇ ପ୍ରଶ୍ନ ଉଠାଇଲା ପରିବାର । ଆଉ ନୁହେଁ, ସିଧା ଭୁବନେଶ୍ବର ଛାଡି ଗାଁକୁ ପଳାଇବାକୁ ନିଷ୍ପତି ନେଇଛନ୍ତି ପୀଡିତାଙ୍କ ପରିବାର । ସେପଟେ ନାବାଳିକା ଜଣକ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି । ଡାକ୍ତରୀ ମାଇନା ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି । ଅଭିଯୁକ୍ତ ନରେଶକୁ କୋର୍ଟ ଚାଲାଣ କରାଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |