ଦିଲ୍ଲୀରେ ବିଗିଡ଼ିଲା ବାୟୁର ଗୁଣବତ୍ତା। ଗୋଟିଏ ଦିନରେ ଦୁଇ ଦୁଇ ଥର ଜାତୀୟ ରାଜଧାନୀ ଦିଲ୍ଲୀରେ ଲାଗିଲା କଟକଣା। ପ୍ରଦୂଷଣ ନେଇ ଗ୍ରାପ୍ ୩ କଟକଣା ଜାରି କରିବାର କିଛି ଘଣ୍ଟା ମଧ୍ୟରେ ଗ୍ରାପ-୪ କଟକଣା ଜାରି କରାଯାଇଛି। ସଂଧ୍ୟା ୬ଟାରେ ଦିଲ୍ଲୀରେ ବାୟୁର ମାନ ୪୪୧ ରେକର୍ଡ ହୋଇଛି। ଅଧିକାଂଶ ସ୍ଥାନରେ AQI ୪୦୦ ପାର କରିଛି।
ଏକ୍ଯୁଆଇ ଭେରି ସିଭିୟର କାଟେଗୋରୀ ସ୍ଥରରେ ପହଞ୍ଚିଥିବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ଏହା ସହ ଦୃଶ୍ୟମାନ ଦୂରତା ବି ହ୍ରାସ ପାଇଛି।ଗତ ମଙ୍ଗଳବାରପରଠାରୁ ସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ ମଙ୍ଗଳବାର ଏକ୍ଯୁଆଇ ୨୮୨ ଥିବାବେଳେ ବୁଧବାର ୨୫୯, ଗୁରୁବାର ୩୦୭ ଓ ଶୁକ୍ରବାର ୩୪୯ ଥିଲା। ଆଜି ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୦୦ ପାଖାପାଖି ରହିଥିବାରୁ ଆସନ୍ତାଦିନରେ ଯେ ଅଧିକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ଏହା ସ୍ପଷ୍ଟ ହୋଇଛି। ୱାଜିରପୁରରେ ୪୪୩, ଜାହାଙ୍ଗିରପୁରୀରେ ୪୩୯, ବିବେକ ବିହାରରେ ୪୩୭, ରୋହିଣୀରେ ୪୩୪, ଆନନ୍ଦ ବିହାରରେ ୪୩୪, ଅଶୋକ ବିହାରରେ ୪୩୧, ସୋନିଆ ବିହାରରେ ୪୨୭ ଥିବା ସୂଚନା ମିଳିଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |