ନୟାଗଡ : ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ନୟାଗଡ ଜ଼ିଲ୍ଲା ଖଣ୍ଡପଡା ଥାନା ପୁଆଣିଆ ଗାଁ ବାପୁନି ମହାପାତ୍ର ଓ ଲକି ନାୟକ ୬ ମାସ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ୨ ଜଣଙ୍କ ମଧ୍ୟରେ ଠିକରେ ସଂସାର ଚାଲିଥିଲା । ଆଜି ସ୍ତ୍ରୀ ଲକି ସ୍ୱାମୀ ବାପୁନିକୁ ବେକରେ ଗାମୁଛାରେ ଚିପି ହତ୍ୟା କରିଥିଲେ ।
ପରିବାର ଲୋକ ସଂଗେ ସଂଗେ ଖଣ୍ଡପଡା ଥାନାକୁ ଖବର ଦେଇଥିଲେ । ଖଣ୍ଡପଡା ପୋଲିସ ମୃତ ଦେହକୁ ଜବତ କରି ସ୍ତ୍ରୀ ଲକି କୁ ଆଣି ଥାନାରେ ଅଟକ ରଖିଛି। ଶବ ବ୍ୟବଛେଦ ପରେ ହତ୍ୟାକାଣ୍ଡ ର କାରଣ ଜଣା ପଡିବ ବୋଲି ଖଣ୍ଡପଡା SDPO କହିଛନ୍ତି।

More Stories
କିସ ଛାତ୍ରଙ୍କ ମୃତ୍ୟୁ ଘଟଣା; ତଣ୍ଟି ଚିପି ହତ୍ୟା କରିଛନ୍ତି ୩ ସାଙ୍ଗ
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଆତ୍ମହତ୍ୟା କରିବା ପାଇଁ ଟ୍ରେନ୍ ଆଗରେ ଶୋଇପଡିଲେ ମହିଳା : ତାପରେ ଯାହା ହେଲା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ