ଜଗନ୍ନାଥପୁରର ମଧୁଦେବୀଙ୍କର ଝିଅକୁ ଅପହରଣ କରା ଯାଇଥିବା ସୂଚନା ମିଳିଛି। ତେବେ ଘଟଣାଟି ଏହି ପରି। ଦୋକାନରୁ ନିଜ ପିଲାଙ୍କ ପାଇଁ ଖେଳନା କିଣିବା ସମୟରେ ଅଚାନକ ଏକ ବାଇକରେ ଯୁବତ ଯୁବତୀ ଦ୍ବୟ ଆସି ତାଙ୍କ ତାଙ୍କ ପାଖେ ଅଟକିଥିଲେ। ମହେନ୍ଦ୍ର ସିଂହ ଧୋନୀ , ଗରିବଙ୍କୁ ୫ ହଜାର ଟଙ୍କା ସହ ଘର ବାଣ୍ଟୁଛନ୍ତି ବୋଲି କହିଥିଲେ ଉଭୟ। ଏଣୁ ମଧୁ ତାଙ୍କୁ ସେହି ଜାଗାରେ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ପରେ ନିଜର ଦେଢ଼ ବର୍ଷର ଝିଅ ସହ ଅଭିଯୁକ୍ତ ଦ୍ବୟ ମଧୁଙ୍କୁ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ନିକଟରେ ଆଣି ଛାଡ଼ିଥିଲେ। ଟଙ୍କା ଓ ଘର ପାଇଁ ସେଠାରେ ବୈଠକ ଚାଲିଛି ବୋଲି ଜଣାଇଥିଲେ। ପରେ ମଧୁଙ୍କ ଅନ୍ୟମନସ୍କତାର ଫାଇଦା ନେଇ ଝିଅକୁ ନେଇ ଚମ୍ପଟ ମାରିଥିଲେ। ନିଜର ଝିଅ ଅପହରଣ ହୋଇଥିବା କଥା ମଧୁ ଜାଣି ପାରିଥିଲେ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି