January 25, 2026

Now Odisha

Now Odisha

ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଶିକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ସାଂସଦ ଙ୍କୁ ସ୍ମାରକ ପତ୍ର ପ୍ରଦାନ |

Spread the love

 ଆଜି ସାଂସଦ ଖେଳ ମହୋତ୍ସବ ରେ ଯୋଗ ଦେଇଥିବା ନବରଙ୍ଗପୁର ଲୋକସଭା ସାଂସଦ ଜଲଭଦ୍ର ମାଝୀ ଙ୍କୁ ପାନାବେଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶୁଳ୍କ ଶୁନ୍ୟ ପୂର୍ବକ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାର ପଦକ୍ଷେପ ନେବା ସହ ଆଇନ ଆଣିବାକୁ ସ୍ମାରକ ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଛାତ୍ରଛାତ୍ରୀଙ୍କ କହିବା ପ୍ରକାରେ ଆଜି ସମଗ୍ର ଭାରତ ବର୍ଷରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଅନେକ ଛାତ୍ରଛାତ୍ରୀ ଆଗ୍ରହୀ ହୋଇଥିଲେ ହେଁ ବର୍ତ୍ତମାନ ଭଳି ଏକ ମହଙ୍ଗା ସମୟ ରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ପରିବାରର ଛାତ୍ରଛାତ୍ରୀ ମାନେ ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଦର୍ଶାଇ ଛାତ୍ରଛାତ୍ରୀ ଙ୍କ ପ୍ରବେଶିକା ନାମ ଲେଖା ଠାରୁ ଆରମ୍ଭ କରି, ଟ୍ୟୁସନ ଫି, ପରୀକ୍ଷା ଫି ଏପରିକି ଲାଇବ୍ରେରୀ ଫି ସାଙ୍ଗକୁ ଅନ୍ୟାନ୍ୟ ଦେୟ ଦେବାକୁ ଅନେକ କଷ୍ଟ ଉଠାଇବାକୁ ପଡୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଅର୍ଥାଭାବରୁ ନାମ ଲେଖାଇ ପାରୁ ନାହାନ୍ତି l ଏପରି କି ବେଳେ ବେଳେ ପରୀକ୍ଷା ଫି ଦେଇ ନପାରିବା ଯୋଗୁଁ ପରୀକ୍ଷା ଦେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି l ଯାହା ଫଳରେ ଉଚ୍ଚ ଶିକ୍ଷା ରୁ ଅନେକ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି l ଏହାକୁ ଦୃଷ୍ଟି ଆଗରେ ରଖି ପାନାବେଡା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସରକାର ଉଚ୍ଚ ଶିକ୍ଷା ଲାଭ କରିବାକୁ ଆଶାୟୀ ତଥା ସମସ୍ତ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ନନେଇ ବିନା ଶୁଳ୍କ ରେ ଶିକ୍ଷା ପ୍ରଦାନ କରିବାକୁ ସାଂସଦ ଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି l ଛାତ୍ରଛାତ୍ରୀ ଙ୍କ କହିବା ପ୍ରକାରେ ବର୍ତ୍ତମାନ ସରକାର ଯୁକ୍ତ ଦୁଇ କ୍ଷେତ୍ରରେ ଆଠ ହଜାର ରୁ ବାର ହଜାର ଓ ଯୁକ୍ତଟିନି କ୍ଷେତ୍ରରେ ନଅ ହଜାର ରୁ ଅଧିକ ଟଙ୍କା ନେଉଥିବା ବେଳେ ପ୍ରବେଶିକା ଫି ଠାରୁ ଆରମ୍ଭ କରି ଟ୍ୟୁସନ ଫି, ପରୀକ୍ଷା ଫି ଏପରିକି ଲାଇବ୍ରେରୀ ଫି କୁ ମିଶାଇ ହଜାର ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭରୁ ବଞ୍ଚିତ ହେଉଥିବା ଦର୍ଶାଇଛନ୍ତି l ତେବେ ଛାତ୍ରଛାତ୍ରୀଙ୍କ ଏଭଳି ଏକ ଚିନ୍ତାଧାରା ସମ୍ପନ୍ନ ସ୍ମାରକ ପତ୍ର ଉପରେ ସାଂସଦ ଗୁରୁତ୍ୱ ଦେଇ ଏହାର ସୁଵିଚାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିବା ନେଇ ଆଜି ଛାତ୍ରଛାତ୍ରୀ ମାନେ କହିଛନ୍ତି l ଆଜିର ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯଥା ଉର୍ମିଳା ଗଣ୍ଡ, ଶାନ୍ତି ସାନ୍ତା, ସନ୍ଧ୍ୟା ଗଣ୍ଡ, ଚମ୍ପାବତୀ ଗଣ୍ଡ,, ରାଧିକା ଗଣ୍ଡ, ପିଙ୍କି ଗଣ୍ଡ, ବୃନ୍ଦାବତୀ ମାଝୀ, ନିର୍ମଳା ନାୟକ, ଚୁନି କୁମାରୀ ବେମାଲ, ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ତେବେ ସରକାର ଛାତ୍ରଛାତ୍ରୀଙ୍କ ଏଭଳି ଅର୍ଦଳୀକୁ ଦୃଷ୍ଟି ଦେଇ କିଭଳି ପଦକ୍ଷେପ ନେଉଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ଦାବୀ ପୂରଣ ପାଇଁ ସାଂସଦ କିଭଳି ସରକାରଙ୍କ ପାଖରେ ଉପସ୍ଥାପନ କରି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା l

error: Content is protected !!