January 25, 2026

Now Odisha

Now Odisha

ସାଂସଦ ଖେଳ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଅଣଦେଖା |

Spread the love

ସାଂସଦ ଖେଳ କାର୍ଯ୍ୟକ୍ରମ ୨୦୨୫ ଆଜି ପାନାବେଡା ମହାବିଦ୍ୟାଳୟ ଚନ୍ଦାହାଣ୍ଡିରେ ଅନୁଷ୍ଠିତ ହେବା ଅବସରରେ ଆଜି ସାମ୍ବାଦିକ ମାନଙ୍କୁ ଭୁଲିଗଲେ ଆୟୋଜକ ମଣ୍ଡଳୀ l ବ୍ଲକ ପ୍ରଶାସନ ଦ୍ୱାରା ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହ ଛାତଛାତ୍ରୀ ମାନେ ଚନ୍ଦାହାଣ୍ଡି ପେଣ୍ଡ୍ରାଣୀ ମନ୍ଦିରରୁ ଏକ ମଶାଲ ଯାତ୍ରା ପ୍ରାରମ୍ଭ କରି ପାନାବେଡା ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଆଣି ଅବସ୍ଥାପିତ କରିଥିଲେ l ପରେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଙ୍କ ସଭାପତିତ୍ୱ ରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ତେବେ ଆଜି ମଞ୍ଚରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ସମେତ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ବିଡ଼ିଓ ଚଇନୁ ଗଣ୍ଡ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ସମେତ ବିଜେପିର ବହୁ ନେତା ଓ କର୍ମୀ ମଞ୍ଚରେ ମଞ୍ଚାସିନ ହୋଇଥିଲେ l ମଞ୍ଚରେ ଅନେକ ବିଜେପି କର୍ମକର୍ତ୍ତା ଓ କର୍ମୀମାନଙ୍କୁ ମଞ୍ଚକୁ ଡାକି ବସାଇବାକୁ ମଞ୍ଚ ପରିଚାଳକ ଭୁଲି ନଥିଲେ ତେବେ ସଭା ଆଗରେ ଅପେକ୍ଷାରତ ସାମ୍ବାଦିକ ମାନଙ୍କୁ ସଭା ସମ୍ମୁଖରେ ସମ୍ମାନ ର ସହ ବସିବାକୁ ମଧ୍ୟ ମଞ୍ଚ ପରିଚାଳନା ଦାୟିତ୍ୱରେ ଥିବା ପାନାବେଡା ଜୁନିଅର ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ଦାସ ମନେ ପକାଇ ନଥିଲେ l ଏଭଳି ଅଣଦେଖା ସହ ପାତର ଅନ୍ତର ନୀତି ଯୋଗୁଁ ଆଜି ପାନାବେଡା ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ମାନେ ଅସନ୍ତୁଷ୍ଟ ହୋଇ ଥିବା ଦେଖିବାକୁ ମିଳିଥିଲା l ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ କେବଳ ସଭାରେ ରାଜନେତା ଓ ମହାବିଦ୍ୟାଳୟ କର୍ମକର୍ତ୍ତାଙ୍କ ବସିବା ପାଇଁ ଏକ ମଞ୍ଚ ତିଆରି ହୋଇଥିବା ବେଳେ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ବସିବା ପାଇଁ କୌଣସି ମଞ୍ଚ ତିଆରି ହୋଇନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଟାଣ ଖରାରେ ବସି ନପାରି ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା l ତେବେ ମଞ୍ଚାସିନ ଅତିଥିଙ୍କ ଅଭିଭାଷଣ ଶୁଣିବାରେ କାହାରି ଧ୍ୟାନ ନଥିଲା l ପ୍ରକାଶ ଥାଉକି ଆଜି ଠାରୁ ଆଗାମୀ ୧୭ ଡିସେମ୍ବର ପର୍ଯ୍ୟନ୍ତ ହେବାକୁ ସାଂସଦ ଖେଳ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ହେବାର ଥିବାବେଳେ ଆଜି ଖେଳ ଉଦଘାଟନ ଦିବସରେ ଆଖି ଦୃଶିଆ ଉତ୍ସାହ ଖେଳ ପ୍ରେମୀଙ୍କ ଠାରେ ଦେଖିବାକୁ ମିଳି ନଥିଲା l

error: Content is protected !!