ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ୨୫ ତମ ଅନ୍ତକଲେଜ ବାର୍ଷିକ କ୍ରୀଡା ଉତ୍ସବରେ ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ ପ୍ରଶଂସିତ ହୋଇଛି। ଏହି ମହାବିଦ୍ୟାଳୟର ଯୁକ୍ତ ତିନି କଳା ଓଡ଼ିଆ ସମ୍ମାନର ଛାତ୍ରୀ ପୂଜା ଜେନା ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଓ ୧୫୦୦ ଦୌଡ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଅନୁରୂପ ପୁରୁଷ ବର୍ଗରେ ବିଶ୍ୱଜିତ୍ ନାୟକ ଯୁକ୍ତ ତିନି କଳା ଓଡିଆ ସମ୍ମାନର ଛାତ୍ର ଥାଇ ସଟ୍ଫୁଟ୍ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଚରମ୍ପା ମହାବିଦ୍ୟାଳୟର ନାମ ରଖିଛନ୍ତି। ତାଙ୍କୁ ଏହି ଖେଳ ପ୍ରତିଯୋଗିତାରେ ଖେଳ ଶିକ୍ଷକ ଆଲୋକ ରଂଜନ ସେନାପତି ଓ ଅଧ୍ୟାପକ ଆଲୋକ ଖୁଂଟିଆ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କର କୃତିତ୍ୱକୁ ନେଇ ଆଜି ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷ-ଅଧ୍ୟାପିକା ଏକ ସମ୍ବର୍ଦ୍ଧନା ସଭାରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,