ଭୁବନେଶ୍ୱର,: ଗତ ୧୨ ତାରିଖରେ ଘଟିଥିବା କିସ ଛାତ୍ରଙ୍କ ମୃତ୍ୟୁ ଘଟଣାର ନୂଆ ସୂଚନା ସାମ୍ନାକୁ ଆସିଛି । ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସାଙ୍ଗ ମାନେ । ଘଟଣାରେ ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝରରେ ହଇଚଇ ସୃଷ୍ଟି ହୋଇଥିଲା ।
ମୃତକ ଜଣକ ଭୁବନେଶ୍ଵରର ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲା। ସୂଚନା ଅନୁସାରେ, ସ୍କୁଲ କର୍ତ୍ତୃପକ୍ଷ ମୃତ ପିଲାର ଘର ଲୋକଙ୍କୁ ଫୋନ କରି ପୁଅ ବାଥରୁମରେ ପଡି ଗୋଡ ଭାଙ୍ଗି ଯାଇଛି ବୋଲି ସୂଚନା ଦେବା ସହିତ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ। ଏହା ଶୁଣିବା ପରେ ମୃତ ଛାତ୍ରଙ୍କ ବାପା କେନ୍ଦୁଝରରୁ ଭୁବନେଶ୍ଵରରେ ଆସି ପହଞ୍ଚିଥିଲେ। କିନ୍ତ ପୁଅକୁ ଦେଖିବା ପରେ ହତବାକ ହୋଇଯାଇଥିଲା ବାପା। ତାଙ୍କୁ ପୁଅର ମୃତଦେହ ଧରାଇ ଘରକୁ ନେଇଯିବାକୁ କୁହାଯାଇଥିଲା । ଏପରିକି ମେଡିକାଲ ଟ୍ରିଟମେଣ୍ଟ କାଗଜପତ୍ର ମଧ୍ୟ ତାଙ୍କୁ ହସ୍ତାନ୍ତର କରିନଥିଲେ ।
ଘରଲୋକ ଛାତ୍ରଙ୍କ ବେକ ଓ ହାତରେ ଅନେକ ରଶିର ଦାଗ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଘରଲୋକ ପୁଅକୁ ହତ୍ୟା କରାଯାଇଛି ବୋଲି କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |