କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।ମୋକିମଙ୍କ ସହ କେନ୍ଦ୍ରୀୟ ନେତା କଥା ହୋଇଥିବା ସୂଚନା ରହିଛି ।
ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା ମୋକିମଙ୍କ ସହ କଥା ହୋଇଛନ୍ତି ।
ପୂର୍ବରୁ ରାଜ୍ୟ ବ୍ୟାପାର ବୁଝୁଥିବା ପ୍ରଭାରୀ ମଧ୍ୟ କଥା ହୋଇଥିଲେ । କାହିଁକି ଏପରି ଚିଠି ଲେଖିଲେ, ପ୍ରକୃତ କାରଣ କ’ଣ ପଚାରିଲେ ।ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ବିବାଦ କ’ଣ ସେ କଥା ମଧ୍ୟ ପଚାରି ବୁଝିଲେ । କିନ୍ତୁ ଏନେଇ ମୋକିମ ମୁହଁ ଖୋଲିନାହାନ୍ତି ।
ପ୍ରକାଶଥାଉକି, କିଛିଦିନ ପୂର୍ବରୁ କଂଗ୍ରେସର ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଉପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ପ୍ରଶ୍ନ ଉଠାଇଥିଲେ। ପିସିସିର ସୁପାରିସକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁମୋଦନ କରିବା ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍ଙ୍କୁ ବହିଷ୍କାର କରିଛନ୍ତିି ।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |