January 25, 2026

Now Odisha

Now Odisha

ବନତାରା’ରେ ବୁଲିଲେ ମେସି, କହିଲେ ଏହା ସ୍ମୃତି ହୋଇ ରହିବ |

Spread the love

ଶ୍ରୀ ଅନନ୍ତ ଅମ୍ବାନୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ବତନ୍ତ୍ର ପରିଦର୍ଶନ କରିିଛନ୍ତି ଫୁଟବଲ କିଂବଦନ୍ତି ଲିଓନେଲ ମେସି । ମେସିଙ୍କ ଏହି ପରିଦର୍ଶନ ମାନବିକତା ମୂଲ୍ୟବୋଧ ଓ ଶ୍ରୀ ଅନନ୍ତଙ୍କ ସହିତ ତାଙ୍କ ଗଭୀର ବନ୍ଧୁତାକୁ ଦର୍ଶାଉଛି। ଉଭୟ ମିଳିତ ଭାବେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ପ୍ରତି ପ୍ରତିବଦ୍ଧ ରହିଛନ୍ତି।

ମେସି ଓ ତାଙ୍କ ଇଣ୍ଟର ମାୟାମି ସାଥୀ ‌ଲୁଇସ୍‌ ସୁଆରେଜ ଓ ରଡ୍ରିଗୋ ଡି’ ପଲଙ୍କୁ ପାରମ୍ପରିକ ସଙ୍ଗୀତର ତାଳେ ତାଳେ ପୁଷ୍ପ ବୃଷ୍ଟି ଓ ଆରତି କରି ‘ବନତାରା’କୁ ସ୍ବାଗତ କରାଯାଇଥିଲା। ସେମ‌ାନେ ମନ୍ଦିରର ମହା ଆଳତି, ଅମ୍ବେ ମାତା ପୂଜା, ଗଣେଶ ପୂଜା, ହନୁମାନ ପୂଜା ଓ ଶିବ ଅଭିଷେକରେ ଭାଗ ନେଇ ବିଶ୍ବ ଶାନ୍ତି ଓ ଏକତା ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ସେମାନଙ୍କୁ ‘ବନତାରା’ ପରିଦର୍ଶନରେ ନିଆଯାଇଥିଲା । ସବୁଜ ଶକ୍ତି ପରିସର ଦେଖି ମେସି ଚକିତ ହୋଇପଡ଼ିଥିଲେ।

ମେସି କହିଥିଲେ ଯେ ‘ବନତାରା’ରେ ପ୍ରାଣୀମାନଙ୍କ ପାଇଁ ‌ହେଉଥିବା କାମ, ସେମାନେ ପାଉଥିବା ଯତ୍ନ, ସେମାନଙ୍କୁ ଯେଉଁଭଳି ଉଦ୍ଧାର କରାଯାଉଛି ଓ ଯତ୍ନ ନିଆଯାଇଛି, ତାହା ଅତ୍ୟନ୍ତ ଚମତ୍କାର। ଆମ ପାଇଁ ଏହା ବହୁତ ଭଲ ସମୟ ଥିଲା। ଏହି ଅନୁଭୂତି ସର୍ବଦା ସ୍ମୃତି ହୋଇ ରହିବ।

ମେସି ହର୍ବିଭୋର କେୟାର ସେଣ୍ଟର ଓ ରେପ୍ଟାଇଲ୍‌ କେୟାର ସେଣ୍ଟର ପରିଦର୍ଶନ କରିଥିଲେ। ସେ ଫୋଷ୍ଟର କେୟାର ସେଣ୍ଟରରେ ଅନାଥ ପ୍ରାଣୀମାନଙ୍କ ଯାତ୍ରା ସମ୍ପର୍କରେ ଜାଣି ଭାବବିହ୍ବଳ ହୋଇଥିଲେ। ଉଭୟ ଶ୍ରୀ ଅନନ୍ତ ଓ ତାଙ୍କ ପତ୍ନୀ ଶ୍ରୀମତୀ ରାଧିକା ଅମ୍ବାନୀ ମିଳିତ ଭାବେ ଏକ ସିଂହ ଛୁଆର ନାମ ‘ଲିଓନେଲ’ ରଖିଥିଲେ। ହାତୀ ଯତ୍ନ କେନ୍ଦ୍ରରେ ଉଦ୍ଧାର କରାଯାଇଥିବା ହାତୀ ପ୍ରତିମା ଓ ତାର ଛୁଆ ମାଣିକଲାଲକୁ ‌ମେସି ଭେଟିଥିଲେ। ମାଣିକଲାଲ ସହ ସେ ଫୁଟବଲ ଖେଳିଥିଲେ। ଶେଷରେ ନଡ଼ିଆ ଉତ୍ସବ ଓ ମଟ୍‌କା ଫୋଡ୍‌ ପାରମ୍ପରିକ ରୀତିନୀତିରେ ମେସି ଭାଗ ନେଇଥିଲେ।

error: Content is protected !!