‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତ ମାମଲାରେ ପୁନର୍ବିଚାର ପାଇଁ ଆଇନ ବିଭାଗକୁ ପଠାଯାଇଛି । ଆଇନ ବିଭାଗ ଏହା ଉପରେ ତର୍ଜମା କରୁଛି ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ । ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟ ଆସନ୍ତା ଜାନୁଆରୀ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ସେହିଦିନ ରାଜ୍ୟ ସରକାର ଇଛା ମୃତ୍ୟୁ ସଂକ୍ରାନ୍ତ ଗାଇଡଲାଇନ୍ ସଂପର୍କରେ ତାଙ୍କ ନିଷ୍ପତ୍ତି ଜଣାଇବେ ।
‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତ ମାମଲାରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ରଖାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ୧୦ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତରେ ଗାଇଡଲାଇନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।
ଆଇନଜୀବୀ ତଥା ସଂସ୍କାରବାଦୀ କହ୍ନେୟାଲାଲ ଶର୍ମାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଥିଲେ ଯେ, ଅନେକ ସମୟରେ କିଛି ରୋଗୀଙ୍କୁ ଆରୋଗ୍ୟ କରିବାରେ ଡାକ୍ତରମାନେ ବିଫଳ ହୋଇଥାନ୍ତି । ଏଭଳି କ୍ଷେତ୍ରରେ ଯନ୍ତ୍ରଣାରେ ଛଟପଟ ରୋଗୀଙ୍କୁ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡ଼େ । ଏହିଭଳି କିଛି ଲୋକ ଯନ୍ତ୍ରଣାରେ ଛଟପଟ ହେବା ଅପେକ୍ଷା ଇଚ୍ଛାମୃତ୍ୟୁ ଲୋଡ଼ନ୍ତି । ଏନେଇ ସୁପ୍ରିମକୋର୍ଟରେରେ ଏକ ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟରେ ଏଭଳି କ୍ଷେତ୍ରରେ ଇଚ୍ଛା ମୃତ୍ୟୁକୁ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଗାଇଡଲାଇନ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ କୌଣସି ଗାଇଡଲାଇନ୍ ଜାରି କରିନାହାନ୍ତି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…