‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତ ମାମଲାରେ ପୁନର୍ବିଚାର ପାଇଁ ଆଇନ ବିଭାଗକୁ ପଠାଯାଇଛି । ଆଇନ ବିଭାଗ ଏହା ଉପରେ ତର୍ଜମା କରୁଛି ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ । ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟ ଆସନ୍ତା ଜାନୁଆରୀ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ସେହିଦିନ ରାଜ୍ୟ ସରକାର ଇଛା ମୃତ୍ୟୁ ସଂକ୍ରାନ୍ତ ଗାଇଡଲାଇନ୍ ସଂପର୍କରେ ତାଙ୍କ ନିଷ୍ପତ୍ତି ଜଣାଇବେ ।
‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତ ମାମଲାରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ରଖାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ୧୦ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତରେ ଗାଇଡଲାଇନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ।
ଆଇନଜୀବୀ ତଥା ସଂସ୍କାରବାଦୀ କହ୍ନେୟାଲାଲ ଶର୍ମାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଥିଲେ ଯେ, ଅନେକ ସମୟରେ କିଛି ରୋଗୀଙ୍କୁ ଆରୋଗ୍ୟ କରିବାରେ ଡାକ୍ତରମାନେ ବିଫଳ ହୋଇଥାନ୍ତି । ଏଭଳି କ୍ଷେତ୍ରରେ ଯନ୍ତ୍ରଣାରେ ଛଟପଟ ରୋଗୀଙ୍କୁ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡ଼େ । ଏହିଭଳି କିଛି ଲୋକ ଯନ୍ତ୍ରଣାରେ ଛଟପଟ ହେବା ଅପେକ୍ଷା ଇଚ୍ଛାମୃତ୍ୟୁ ଲୋଡ଼ନ୍ତି । ଏନେଇ ସୁପ୍ରିମକୋର୍ଟରେରେ ଏକ ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟରେ ଏଭଳି କ୍ଷେତ୍ରରେ ଇଚ୍ଛା ମୃତ୍ୟୁକୁ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଗାଇଡଲାଇନ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ କୌଣସି ଗାଇଡଲାଇନ୍ ଜାରି କରିନାହାନ୍ତି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |