January 26, 2026

Now Odisha

Now Odisha

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହାଙ୍କ କୁଶପୁତଳିକା ଦାହ

Spread the love

ନ୍ୟାସନାଲ ହେରାଲ୍‌ଦ ମିଛ ମାମଲାରେ କଂଗ୍ରେସ ର ନୈତିକ ବିଜୟ ଘଟିଥିବା ବେଳେ ମିଛ ମାମଲା କୁ ବିରୋଧ୍ୟ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାର୍ଟି କାର୍ଯ୍ୟାଳୟ ରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ମଧ୍ୟରେ ଥିବା ରାଜଘାଟ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ କରାଯାଇଛି ।

କଂଗ୍ରେସ ର ବରିଷ୍ଟ ନେତା ଦେବେନ୍ଦ୍ର ମହାନ୍ତି ଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା ବରିଷ୍ଠ ନେତା ଅବଦୁଲ ମୋକିତ ଖାଁ ପାର୍ଟି, ବ୍ଲକ ସଭାପତି ପୀତବାସ ଧଳ,ରାଜ୍ୟ ସାଧାରଣ ସମ୍ପାଦକ ହରି ହର ମଣ୍ଡଳ, ରାଜ୍ୟ ସମ୍ପାଦକ ରଞ୍ଜନ ଜେନା, ନାରୀନେତ୍ରି ଶର୍ମିଷ୍ଠା ପଣ୍ଡା, ଯୁବନେତା ବଳରାମ ରାଉତ, ଇଲିଆସ ଖାଁ,ଲାଲୁ ଖାଁ, ହସିନା ଖାତୁନ, ଦୀନବଧୁ ଦାସ,ହାଡିବନ୍ଧୁ ବିଶ୍ୱାଳ, ସେକ ତୁବାରକ, ଶମ୍ବୁନାଥ ପତି, ମାୟାଧର ରାଉଳ, ଟନି ଅଲି,ପ୍ରମୁଖ ଦଳୀୟ ନେତା ଓ କର୍ମୀ ମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଏ ହାଏ, ଗୃହ ମନ୍ତ୍ରୀ ହାଏ ହାଏ, ବିଜେପି ସରକାର ଡାଉନ ଡାଉନ ସ୍ଲୋଗାନ ଦେଇ ରାଜଘାଟ ଛକ ଠାରେ ପହଂଚି ନାରାବାଜି କୁଶପୁତଳିକା ଦାହ କରିଥିଲେ ।

error: Content is protected !!