ଦିନକୁ ଦିନ ଟିପିସିଓଡିଏଲ ର ମନମାନି ରେ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ଅତିରିକ୍ତ ସୁରକ୍ଷା ଜମା ପ୍ରତ୍ୟାହାର ଏବଂ ସ୍ମାର୍ଟ ମିଟର ଉଛେଦ ଦାବିରେ ଆଜି ଶୁକ୍ରବାର ଦିନ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାନେତ୍ରୀ ଗିରିବାଳା ବେହେରା ଙ୍କ ନେତୃତ୍ଵରେ କଟକ ବାଦାମବାଡ଼ି ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ବିଦ୍ୟୁତ ଉପଭୋକ୍ତା ସାମିଲ ହୋଇଥିଲେ। ଦାବି ପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ କଂଗ୍ରେସ ବ୍ୟାପକ ଜନ ଆନ୍ଦୋଳନ କରିବ ବୋଲି ବିଧାୟିକା ସୋଫିଆ ଚେତାବନୀ ଦେଇଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |