ଯୁବନେତା ତଥା ଇନ୍କଲାବ ମଞ୍ଚ ମୁଖପାତ୍ର ସରିଫ ଓସ୍ମାନ ହଦିଙ୍କ ମୃତ୍ୟୁ ପରେ ପୁଣି ଥରେ ଜଳୁଛି ବାଂଲାଦେଶ।
ବାଂଲାଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏପରିକି ଖବର କାଗଜ ଅଫିସରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ବିକ୍ଷୋଭକାରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶ ଏକଦମ୍ ଅଶାନ୍ତ ହୋଇପଡ଼ିଛି…କିଏ କରିବ ବାଂଲାଦେଶରେ ହିନ୍ଦୁମାନଙ୍କ ସୁରକ୍ଷା ?
ବାଂଲାଦେଶରେ ଯାହାର ସରକାର ଅଛି, କ’ଣ ଏହା ସେମାନଙ୍କ କର୍ତ୍ତବ୍ୟ ନୁହେଁ ? ଅନ୍ତରୀଣ ସରକାରର ଫାଙ୍କା ଭରସା ଉପରେ କିଏ କରିବ ବିଶ୍ବାସ ? ବାଂଲାଦେଶ କେମିତି ପାଲଟିଗଲା ହିନ୍ଦୁଙ୍କ ପାଇଁ କଂସେଇ ଖାନା ?
ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବା କେବଳ ଉଦ୍ଦେଶ୍ୟ ନଥିଲା, ବରଂ ଏହା ପଛରେ ଥିଲା ଏକ ବିରାଟ ଷଡ଼ଯନ୍ତ୍ର। ଖୁଲମଖୁଲା ହିନ୍ଦୁଙ୍କୁ ହତ୍ୟା। କେତେ ହିନ୍ଦୁଙ୍କୁ ହତ୍ୟା ? କେତେ ହିନ୍ଦୁ ଆହତ?
କେତେ ହିନ୍ଦୁ ପରିବାର ଘର ଛାଡ଼ିବାକୁ ବିବସ ହୋଇଛନ୍ତି? କେତେ ପରିବାର ଦେଶ ଛାଡ଼ି ସୀମାରେ ସହାୟତା ପାଇଁ ନେହୁରା ହେଉଛନ୍ତି? ଏ ବାବଦରେ କୌଣସି ଖାତା ଖତିଆନ ନାହିଁ। ହିଂସାରେ ଅନେକ ମନ୍ଦିର ଓ ମୂର୍ତ୍ତି ଭଙ୍ଗାଯାଇଛି।
ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ହିନ୍ଦୁ ସୁରକ୍ଷିତ ଅଛନ୍ତି। ଛକ, ଗଳିକନ୍ଦି, ରେଳ ଷ୍ଟେସନ, ବସଷ୍ଟାଣ୍ଡ, କଲୋନୀ ସବୁଠି ହିନ୍ଦୁଙ୍କ ଉପରେ ଅତ୍ୟାଚାର କରାଯାଉଛି। କ୍ଷମତାରେ ଯାହାର ଭାଗିଦାରୀ ଅଛି, ସେମାନଙ୍କ ହାତରେ ଅଛି ହିନ୍ଦୁଙ୍କ ହତ୍ୟାର ତଲୱାର। ଏବେ ପୁଣି ଥରେ ଅଶାନ୍ତ ହୋଇଛି ବାଂଲାଦେଶ। ଏବେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁଙ୍କୁ ଭିଡ଼ହିଂସା ମାରି ଦେଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଶରିଫ ଉସମାନ୍ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶ ଏକଦମ୍ ଅଶାନ୍ତ ହୋଇପଡ଼ିଛି। ପ୍ରଥମେ ଶରିଫଙ୍କ ସମର୍ଥକମାନେ ପ୍ରଥମ ଆଲୋ ଏବଂ ଡେଲି ଷ୍ଟାର ଖବର କାଗଜର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଏହାସହ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି।
ଏହାବ୍ୟତୀତ କାଜସାହିରେ ଥିବା ଆଗାମୀ ଲିଗର କାର୍ଯ୍ୟାଳୟକୁ ମଧ୍ୟ ଜାଳି ଦେଇଛନ୍ତି। ସେପଟେ ଦେଶରେ ବଢୁଥିବା ହିଂସାକୁ କଡ଼ା ନିନ୍ଦା କରିଛନ୍ତି ସେଠାକାର ଅନ୍ତରୀଣ ସରକାର। ଏହାସହ ଶାନ୍ତି ଅପିଲ କରିଛନ୍ତି ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍।
ତେବେ ଡିସେମ୍ବର ୧୨ ତାରିଖରେ ଲେଖା ହୁଏ ହିଂସାର କାହାଣୀ…ଆତତାୟୀଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୁଅନ୍ତି ଯୁବନେତା ଶରିଫ ଉସମାନ୍ ହାଦି। ଏହାପରେ ହାଦିଙ୍କୁ ଢାକା ହସ୍ପିଟାଲରେ ଭର୍ତ୍ତି କରାଯାଏ। କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡିସେମ୍ବର ୧୫ ତାରିଖରେ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଏ।
ଏହା ପୂର୍ବରୁ ଡିସେମ୍ବର ୧୪ ତାରିଖରେ ଏହି ଘଟଣା ପାଇଁ ଭାରତକୁ ଦାୟୀ କରାଯିବା ପରେ ନୂଆଦିଲ୍ଲୀ କୌଣସି ସଂପୃକ୍ତିକୁ ଖଣ୍ଡନ କରେ।
ଡିସେମ୍ବର ୧୭ ତାରିଖରେ ଭାରତ ନୂଆଦିଲ୍ଲୀରେ ହାଇ କମିଶନର ରିୟାଜ ହମିଦୁଲ୍ଲାଙ୍କୁ ସମନ ଜାରି କରେ। ଦୀର୍ଘ ୬ ଦିନର ସଂଘର୍ଷ ପରେ ଡିସେମ୍ବର ୧୮ ତାରିଖେ ହାଦିଙ୍କ ମୃତ୍ୟୁ ହୁଏ। ଏହାପରେ ବାଂଲାଦେଶରେ ଆରମ୍ଭ ହୁଏ ବିକ୍ଷୋଭ। ଧୀରେଧୀରେ ଏହା ହିଂସାର ରୂପ ଧାରଣ କରିଛି…
ଏସବୁ ଭିତରେ ଆସନ୍ତା ୨୫ ତାରିଖରେ ଶେଖ୍ ହସିନାଙ୍କ ସବୁଠୁ ବଡ଼ ବିରୋଧୀ ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ ବାଂଲାଦେଶ ଫେରିବାକୁ ଯୋଜନା କରୁଛନ୍ତି।
ନିର୍ବାଚନ ପୂର୍ବରୁ ଢାକା ଫେରିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ଲଣ୍ଡନରେ ନିର୍ବାସିତ ଭାବେ ରହୁଥିବା ରହମାନ। ୨୦୦୭ରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୮ରେ ସେ ଜେଲ୍ରୁ ବାହାରିବା ପରେ ସପରିବାର ଲଣ୍ଡନ ପଳାଇଥିଲେ।
ସେବେଠାରୁ ସେ ସେଠାରେ ରହୁଛନ୍ତି…ଏବେ ପରିସ୍ଥିତି ଦେଖି ପୁଣି ଥରେ ସେ ବାଂଲାଦେଶ ଫେରିବାକୁ ଯୋଜନା କରୁଛନ୍ତି…

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |