January 27, 2026

Now Odisha

Now Odisha

ଏହି ମୁସଲିମ ଦେଶରେ ହିନ୍ଦୁମାନଙ୍କୁ ମିଳେ ଅଗ୍ରାଧିକାର; ମନ୍ଦିରଠୁ ନେଇ ଅନେକ କ୍ଷେତ୍ରରେ ମିଳେ ବିଶେଷ ସ୍ୱାଧିନତା…

Spread the love

ସାଧାରଣରେ ଏହା ଚର୍ଚ୍ଚା ହୋଇଥାଏ ଯେ, ମୁସଲିମ ବହୁଳ ଦେଶମାନଙ୍କରେ ରହୁଥିବା ଅଳ୍ପସଂଖ୍ୟକ, ଖାସ କରି ହିନ୍ଦୁମାନଙ୍କୁ ସମାନ ଅଧିକାର ମିଳିନଥାଏ । କିଛି ଲୋକ ଏହା ମଧ୍ୟ କହିଥାନ୍ତି ଯେ, ଯଦି ମୁସଲିମ ବହୁଳ ଦେଶମାନଙ୍କରେ ହିନ୍ଦୁମାନେ ସୁରକ୍ଷିତ ନାହାନ୍ତି ତେବେ ଭାରତରେ ମଧ୍ୟ ମୁସଲିମମାନଙ୍କୁ ସମାନ ଅଧିକାର ମିଳିବା ଉଚିତ୍ ନୁହେଁ ।ତେବେ ଆପଣଙ୍କୁ ଜଣାଇରଖୁ ଯେ, ଦୁନିଆରେ ଏମିତି ଅନେକ ମୁସଲିମ ବହୁଳ ଦେଶ ରହିଛନ୍ତି ଯେଉଁଠି ସଂଖ୍ୟାଲଘୁ ହିନ୍ଦୁମାନେ କେବଳ ଶାନ୍ତିରେ ନାହାନ୍ତି, ବରଂ ସେମାନଙ୍କୁ ଅଧିକ ସ୍ୱତନ୍ତ୍ରତା ମଧ୍ୟ ମିଳିଛି । ଯେମିତିକି ଧାର୍ମିକ ସ୍ୱତନ୍ତ୍ରତା, ସାସ୍କୃତିକ ପରିଚୟ ଓ ଆଇନଗତ ଭାବେ ସ୍ୱତନ୍ତ୍ର ଅଧିକାର ମଧ୍ୟ ସେମାନଙ୍କ ପାଇଁ ଜାରି କରାଯାଇଛି ।

ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବା ଯେ ଏପରି ଦେଶ କେଉଁଠି ରହିଛି ? ଯେଉଁଠି ମୁସଲିମମାନଙ୍କଠୁ ବି ହିନ୍ଦୁମାନଙ୍କୁ ଅଧିକ ସ୍ୱାଧିନତା ମିଳିଛି । ତେବେ ଆମେ ମଧ୍ୟପ୍ରାଚ୍ଯ କି କୌଣସି ୟୁରୋପିୟ ଦେଶ କଥା କହୁନୁ । ଏହି ଦେଶ ଦକ୍ଷିଣ-ପୂର୍ବ ଏସିଆରେ ଅବସ୍ଥିତ ରହିଥିବା ବେଳେ ଭାରତର ଏକ ପଡୋଶୀ ଦେଶ ଭାବେ ମଧ୍ୟ ପରିଗଣିତ ହୋଇଥାଏ ।

ତେବେ ଏହି ଦେଶ ହେଉଛି ଇଣ୍ଡୋନେସିଆ, ଯେଉଁଠି ହିନ୍ଦୁମାନଙ୍କୁ ସବୁଠୁ ଅଧିକ ସ୍ୱାଧିନତା ମିଳିଥାଏ । ଏହି ଦେଶରେ ହିନ୍ଦୁମାନଙ୍କ ପାଇଁ ଅଲଗା ନିୟମ କାନୁନ ଓ ସଂସ୍ଥା ରହିଛି ଯାହାଦ୍ୱାରା ସେଠାକାର ହିନ୍ଦୁମାନଙ୍କର ଧାର୍ମିକ ଓ ସାମାଜିକ ଅଧିକାର ରକ୍ଷା ହୋଇଥାଏ । ଇଣ୍ଡୋନେସିଆରେ ‘ହିନ୍ଦୁ ଧର୍ମ ପରିଷଦ’ ସେଠାରେ ବସବାସ କରୁଥିବା ହିନ୍ଦୁମାନଙ୍କ ବିବାହ, ପରିବାର ଓ ଧାର୍ମିକ ମାମଲା ଉପରେ କାମ କରିଥାଏ ।

ଆପଣଙ୍କୁ ଜଣାଇରଖୁ ଯେ, ବିଶ୍ୱର ସର୍ବାଧିକ ମୁସଲିମ ବହୁଳ ଦେଶ ହେଉଛି ଇଣ୍ଡୋନେସିଆ । ତେବେ ଏଠାରେ ୧.୭ ପ୍ରତିଶତ ହିନ୍ଦୁ ବସବାସ କରିଥାନ୍ତି । ସେହିଭଳି ମାଲେସିଆରେ ମଧ୍ୟ ୬.୩ ପ୍ରତିଶତ ହିନ୍ଦୁ ବସବାସ କରିଥାନ୍ତି । ଏହି ଦୁଇଟି ଦେଶରେ ସାଧାରଣତଃ ହିନ୍ଦୁ ଓ ମୁସଲମାନମାନେ ଶାନ୍ତିରେ ବସବାସ କରିଥାନ୍ତି ।

ଆପଣ ଜାମିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଇଣ୍ଡୋନେସିଆରେ ମହାଭାରତ ଓ ରାମାୟଣ ସେଠାକାର ଲୋକକଥା ଓ ପର୍ବ ଗୁଡିକର ଅଂଶ ଭାବେ ପାଳନ କରାଯାଇଥାଏ । ଏଠାରେ କଣ୍ଡେଇଖେଳ ଓ ନାଟକାଦିରେ ରାମାୟଣ ଓ ମହାଭାରତ ଭଳି ପାତ୍ର ଗୁଡିଙ୍କୁ ଦେଖାଯାଇଥାଏ ।

ଦେଖିବାକୁ ଗଲେ ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ହଜାରହଜାର ବର୍ଷ ପୁରୁଣା । ସମଗ୍ର ଦେଶରୁ ଏପରିକି ଆମ ଓଡିଆ ବଣିକମାନେ ମଧ୍ୟ ସେଠାକୁ ଯାଇ ବେପାର ବଣିଜ କରୁଥିଲେ । ଯେଉଁଥିପାଇଁ ସେଠାରେ ହିନ୍ଦୁ ଓ ବୌଦ୍ଧ ଧର୍ମର ଗଭୀର ପ୍ରଭାବ ପଡିଥିଲା । ଜାଭା ଓ ବାଲି ଭଳି ଅଞ୍ଚଳରେ ଆଜି ମଧ୍ୟ ହିନ୍ଦୁ ଓ ବୌଦ୍ଧ ଧର୍ମର ଗହିର ପ୍ରଭାବ ରହିଛି ।

ଏପରିକି ଇଣ୍ଡୋନେସିଆର ଦେଶୀୟ ଭାଷାରେ ମଧ୍ୟ ଅନେକ ସଂସ୍କୃତ ଶବ୍ଦର ବ୍ୟବହାର କରାଯାଇଥାଏ । ବିଭିନ୍ନ ଭାରତୀୟ ମହାକାବ୍ୟ ଓ ସଂସ୍କୃତି ଇଣ୍ଡୋନେସିଆର ସ୍ଥାପତ୍ୟ, ସାହିତ୍ୟ ଓ ଧାର୍ମିକ ପରମ୍ପରାରେ ଗହିରିଆ ପ୍ରଭାବ ପକାଇଛନ୍ତି ।

error: Content is protected !!