ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ।ଚେକ୍ ପୋଷ୍ଟ ଲଗାଇବାକୁ ଏସ୍ପିଙ୍କୁ ଚିଠି ଲେଖିଲେ ଜିଲ୍ଲାପାଳ। ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ କରାଗଲା ସିଲ୍।ବର୍ତ୍ତମାନ ୨୦୨୫-୨୬ ବର୍ଷ ଖରିଫ ଧାନ ସଂଗ୍ରହ ଚାଲିଛି।ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ବେଆଇନ ଧାନ ଚାଲାଣ ଆଶଙ୍କାରେ ପଦକ୍ଷେପ।ପୂର୍ବରୁ ସୀମାରେ ସିସିଟିଭି କ୍ୟାମେରା ଲଗାଇଛି ପ୍ରଶାସନ।
ବର୍ତ୍ତମାନ ୨୦୨୫-୨୬ ଖରିଫ ଧାନ ସଂଗ୍ରହ ଚାଲିଛି। ଫଳରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆମ ଜିଲ୍ଲାକୁ ବେଆଇନ ଭାବରେ ଧାନ ଚାଲାଣ ହେବାର ଆଶଙ୍କା ରହିଛି। ସେଥିପାଇଁ ସୀମାକୁ ସିଲ୍ କରିଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର MSP ଅଧିକ। ତେଣୁ ଏହାର ସୁଯୋଗ ନେଇ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ପଏଣ୍ଟଗୁଡ଼ିକରୁ ଆମ ଜିଲ୍ଲାଗୁଡ଼ିକୁ ସଂଯୋଗକାରୀ RD ରାସ୍ତା ଦେଇ ଧାନର ବେଆଇନ ପରିବହନକୁ ରୋକିବା ପାଇଁ ସୀମାନ୍ତକୁ ସିଲ କରାଯାଇଛି । ଏହାସହ ଓଡ଼ିଶା – ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାର CCTV କ୍ୟାମେରା ପୂର୍ବରୁ ସ୍ଥାପନ କରାଯାଇଛି। ଧାନର କଳାବଜାରୀ ରୋକିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |