January 27, 2026

Now Odisha

Now Odisha

ଛୁଟିରେ ଯାଇ ଫେରୁ ନାହାନ୍ତି ୨ କଏଦୀ |

Spread the love

ଛୁଟିରେ ଯାଇ ଝାରପଡ଼ା ଜେଲ୍‌କୁ ଫେରୁ ନାହାନ୍ତି ୨ କଏଦୀ। ହତ୍ୟାକାରୀ ଫୁଲବାଣୀର ସୁଶୀଲ ଦିଗଲ ବର୍ଷେ ହେଲା ଜେଲ୍ ଫେରିନି।ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଅକ୍ଟୋବର ମାସରୁ ଫେରାର।ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲା ସୁଶୀଲ।ଦୁଷ୍କର୍ମ ମାମଲାରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଥିଲା ରଞ୍ଜିତ।

ରାଜ୍ୟର ବିଭିନ୍ନ ଜେଲ୍‌ରୁ ୫୦ରୁ ଊର୍ଦ୍ଧ୍ୱ କଏଦୀ ଛୁଟିରେ ଯାଇ ଫେରି ନାହାନ୍ତି।ଯାହାକୁ ନେଇ ହାଇକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ।

ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶିଲ ଦିଗଲ ପୂର୍ବରୁ ବହୁ ବାର ପାରୋଲ ଛୁଟିରେ ଯାଇ ଘରକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ପାରୋଲ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା। ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ। ଏନେଇ ଜଣାପଡ଼ିବା ପରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

କେବଳ ସେ ନୁହନ୍ତି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା। ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା। କିନ୍ତୁ ଦୁଇ ମାସ ହେବ ନ ଫେରିବାରୁ ଏହାକୁ ନେଇ ଆଉ ଏକ ମାମଲା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ତେବେ ବଡ଼ କଥା ହେଉଛି ହତ୍ୟ‌ା ଆସାମୀ ୨୦୨୪ ମସିହାରୁ ଜେଲକୁ ଫେରି ନାହିଁ। ଏହାକୁ ନେଇ ‌କାହା ପାଖରେ ଖବର ନଥିଲା। ଦୁଇ ବର୍ଷ ପରେ ଏହା ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ କରାଯାଇଛି।

error: Content is protected !!