ଜଗତସିଂହପୁର :-{ରଂଜିତ କୁମାରା}ଜଗତସିଂହପୁର ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତ ରାୟଙ୍କ ତିର୍ତ୍ତୋଲ ଥାନା ଦୋନ୍ଦୁଅ ସାମନ୍ତରାୟପୁର ଗାଁ ସ୍ଥିତ ପୈତୃକ ବାସ ଭବନ ଆଜି ଭୋରୁ ଭିଜିଲାନ୍ସ ବିଭାଗ ର ଏକ ଟିମ୍ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଜଣେ ଡିଏସପି,ଦୁଇଜଣ ମହିଳା ଆଇ ଆଇସି ଙ୍କ ସମେତ ତିନି ସହଯୋଗୀଙ୍କ ଜରିଆରେ ଏକ ଟିମ୍ ଚଢ଼ାଉ କରିଥିଲା।
ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ୩୦୦ ଶହ ଗ୍ରାମରୁ ଉର୍ଦ୍ଧ୍ବ ସୁନା ଗହଣା ସହିତ ନଗଦ ୩ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି। ରାତି ୪ ଟା ରୁ ଏହି ପୈତୃକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ରେଞ୍ଜର ଙ୍କ ସ୍ତ୍ରୀ ଗଡ଼ରେଜ ଚାବି ନଦେବା ସହଯୋଗ ନ କରିବାରୁ ବିଳମ୍ବ ହୋଇଥିବା ଭିଜିଲାନ୍ସ ଟିମ୍ ଅଧିକାରୀମାନେ କହିଛନ୍ତି। କିନ୍ତୁ କ୍ୟାମେରା ସାମ୍ନାରେ ଭିଜିଲାନ୍ସ ଅଧିକାରୀମାନେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |