January 27, 2026

Now Odisha

Now Odisha

କଳାହାଣ୍ଡି ବିଜୁ ଜନତା ଦଳ ତରଫରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବି ପତ୍ର |

Spread the love

କଳାହାଣ୍ଡି :(ହାରୁନ ମହମଦ )ଜୁନାଗଡ଼ କଲମପୁର ଛକ ଠାରେ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟ ଘଟଣା ସାରା କଳାହାଣ୍ଡିରେ ଚଞ୍ଚଲ୍ୟ ସୃଷ୍ଟି କରିଛି |ଗତ 15 ତାରିଖରେ ଅନ୍ତର୍ଲା ଗ୍ରାମର କାହ୍ନୁ ବରିହା ଓ ପୋରାଗାଁ ର ଦେବେନ୍ଦ୍ର ସାହୁ ନାମକ ବ୍ୟକ୍ତି ଏକ ଆପାଚି ଗାଡି ରେ ଆସି ବନ୍ଧୁକ ଦେଖାଇ ୫ ରୁ ୬ ଜଣଙ୍କୁ ମାଡ଼ ମାରିବା ସହିତ ଟଙ୍କା ଆଦାୟ କରିଥିଲେ । ଏନେଇ ଜୁନାଗଡ଼ ଥାନା ରେ ଅଭିଯୋଗ ହେବା ପରେ ଜୁନାଗଡ଼ ପୁଲିସ ସଦଳବଲେ ଆସି ଦୁଇ ଅଭିଯୁକ୍ତ ଦେବେନ୍ଦ୍ର ସାହୁ ଓ କାହ୍ନୁ ବାରିହାକୁ ଗିରଫ କରିଥିଲା । ଏହି ଦୁଇ ଅଭିଯୁକ୍ତକୁ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକର ବସନ୍ତ ଚଲାନକୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଆପାଚି ବାଇକ ଓ ପିସ୍ତଲ ସହ ୩ ଟି ଜୀବନ୍ତ ଗୁଳି ଜବତକରିଥିଲା | ହେଲେ ବିଜୁ ଜନତା ଦଳ ତରଫରୁ ଅଭିଯୋଗ ହେଇଚି ଏମାନଙ୍କ ରାଜନୈତିକ ସମ୍ପର୍କ ରହିଛି ବୋଲି, ଏଣୁ ଏହାର ସଠିକ ତଦନ୍ତ କରିବା ପାଇଁ ବିଜେଡି ତରଫରୁ ଆରକ୍ଷୀ ଅଧିକାରୀଙ୍କ ଏକ ଦାବି ପତ୍ର ପ୍ରଦାନ କରାଯାଇଛି | ଏଥିରେ ମହିଳା ସାଭାନେତ୍ରୀ ଲଳିତା ନାଏକ, ଅଭିନାଶ ଠାକୁର, ମଣ୍ଟୁ ନାଏକ, ମନୀନ୍ଦ୍ର ମୋହାନ୍ତି, ବଦ୍ରି ପଟ୍ଟନାୟକ, ସାମନ୍ତ ଖମାରି ସମସ୍ତେ ଉପସ୍ଥିତ ରହିଥିଲେ |

error: Content is protected !!