ପରଜଙ୍ଗ (ନିର୍ମଳ ଗଡ଼ ନାୟକ ) ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧିନରେ ଥିବା କନ୍ତୁରୁ ଓ ବାରିହାପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସହଭାଗିତା ୨୦୨୫/୨୬ ବୈଠକ ଆମ୍ବପଳାସ ପଞ୍ଚାୟତ ଅଧିନସ୍ଥ ଜାମୁନାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇଟି ଯାକ ସାଧନ କେନ୍ଦ୍ରର ସଂଯୋଜକ ତଥା ସି ଆର ସି ସି ଅଜିତ୍ କୁମାର ଦାସଙ୍କ ତତ୍ବାବଧାନରେ ପରିଚାଳିତ ହୋଇଯାଇଥିବା ବୈଠକରେ ସାଧନ କେନ୍ଦ୍ରର ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ମାସରେ ସାଧନ କେନ୍ଦ୍ର ଜରିଆରେ ଭିନ୍ନ ଭିନ୍ନ ବିଦ୍ୟାଳୟ ମାନଙ୍କରେ ସହଭାଗିତା ବୈଠକ କରାଯାଇ ପିଲାଙ୍କ ଗୁଣାତ୍ମକ ଶିକ୍ଷା ସମ୍ବନ୍ଧରେ ଆଲୋଚନା ହେଉଥିବା ବେଳେ ଚଳିତ ମାସରେ କେଉଁ ଶିକ୍ଷାର ଗୁଣାବଳି ଗୁଡ଼ିକ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିବ ସେଥି ପାଇଁ ଉକ୍ତ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଦୈନିଦିନ ପିଲାଙ୍କ ପାଠ ପଢା ଉପରେ ତୀକ୍ଷଣ ନଜର ରଖିବାକୁ ପ୍ରଧାନ ଶିକ୍ଷକ ମାନଙ୍କ ମୁଖ୍ୟ ଭୂମିକା ରହିଥିବା ବେଳେ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପିଲାଙ୍କ ପ୍ରତି ଗୁରୁଦାୟିତ୍ଵ ରହିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ୨ ଟି ଯାକ ସାଧନ କେନ୍ଦ୍ରରୁ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଟି ଭାଗରେ ବିଭକ୍ତ କରାଯାଇ ଭୌତିକ ,ସୈଖିକ ଓ ସାକ୍ଷରତା ଉପରେ ଆଲୋକପାତ ହୋଇଥିଲା । ବର୍ତ୍ତମାନ ପିଲାଙ୍କ ପରୀକ୍ଷା ନିକଟତର ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦୃଷ୍ଟି ପିଲାଙ୍କ ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ବ ଦେବାକୁ ଆଲୋଚନା କରାଯାଇଥିଲା ।ଶିଶୁ ବାଟିକା ଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଭାଷା ଓ ସଂଖ୍ୟା ଜ୍ଞାନ ପ୍ରତି ଗୁରୁତ୍ବ ଦେବା ସହ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପରୀକ୍ଷାକୁ ଅତି ଗମ୍ଭୀରତାର ସହ ଦୃଷ୍ଟି ରଖିବାକୁ ସାଧନ କେନ୍ଦ୍ରର ସଂଯୋଜକ ଅଜିତ୍ କୁମାର ଦାସ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଜାମୁନାଳି ବିଦ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ହେମ୍ବ୍ରମ ,ଶିକ୍ଷକ ସୁଶାନ୍ତ କୁମାର ସେଠୀ ,ଦେବରାଜ କାଣ୍ଡି ,ଶିକ୍ଷୟତ୍ରୀ ଉତ୍କଳିକା ପ୍ରିୟଦର୍ଶିନୀ କରଣ ଓ ନିବେଦିତା ପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |