କଣ୍ଟାବଣିଆ:-(ଜଳଧର ସ୍ବାଇଁ)ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗଦାଶିଳା ସେକ୍ସେନ ଅଧିନ ମାହାଦିଆ ଗ୍ରାମ ଠାରେ ଗତକାଲି ରାତିରେ ଏକ ହାତୀ ଛୁଆ କୁ କରେଣ୍ଟ ଲାଗି ଯିବାରୁ ମୃତ ବରଣ କରିଥିଵା ଜଣାପଡିଛି। ହାତୀ ପଲ ବିଲମାଳିଆ ରୁ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ହାତୀ ପଲ ମଠରଗଡ଼ି ଜଙ୍ଗଲ ରୁ ବାହାରି ବିଲ ମାଳିଆ କୁ ଯିବା ସମୟରେ ମହାଦିଆ ଗ୍ରାମ ରେ ଫସଲ ରକ୍ଷା କରିବା ପାଇଁ ଚାଷୀ ଜମି ଚାରିପଟେ ଦେଇଥିବା ସୋଲାର କରେଣ୍ଟ ରେ ଲାଗି ଯିବାରୁ ହାତୀଛୁଆ ସେଥିରୁ ମୁକୁଳି ନପାରି ମୃତ ବରଣ କରିଥିଵା ଜଣାପଡିଛି। ଏହି ସୋଲାର ସହିତ ବିଦ୍ୟୁତ ସଂଯୋଗ ହୋଇଥିବା କିମ୍ବା ହାଇ ଭୋଲଟ୍ ପାଇଁ ହାତୀ ଛୁଆ ମରିଥିବା ସନ୍ଦେହ କରାଯାଉଛି।ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି ବନ ବିଭାଗ କର୍ମଚାରୀ ମାନେ କହିଛନ୍ତି।ତେବେ ମା ହାତୀ ନିଜ ଛୁଆକୁ କିଛି ସମୟ ଜଗିରହିବା ପରେ ନିଜ ଗୋଡ଼ରେ ଛୁଆକୁ ଠେଲି ଠେଲି କିଛି ବାଟ ମହାଦିଆ ଆମ୍ବ ତୋଟା ଜଙ୍ଗଲ ଆଡ଼କୁ ନେଉ ତୋଟା ଭିତରେ ଛୁଆକୁ ଛାଡି କେଉଁ ଆଡେ ଛପି ରହିଥିବା ଜଣାପଡିଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ଜଗି ରହି ମା ହାତୀ ର ଗତିବିଧି ଉପରେ ନଜର ରଖିଥିଲେ।
ଅପରାହ୍ନରେ ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତକର ଙ୍କ ସହିତ ଅନ୍ୟାନ୍ୟ ବନବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ହାତୀ ଛୁଆ ର ମୃତ ଦେହ କୁ ବ୍ୟବଚ୍ଛେଦ କରି ସେହିଠାରେ ପୋତି ଦିଆଯାଇଥିବା ଜଣାପଡିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋସି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ମାନଙ୍କ ଠାରୁ ଜଣାପଡିଛି। ତେବେ ହାତୀ ମଣିଷ ଲଢେଇ ରେ ଅନେକ ଧନଜୀବନ ନଷ୍ଟ ହେଉଥିଲେ ମଧ୍ୟ ବନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଚାଷୀ ମାନଙ୍କ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚାଷରୁ ମୁହଁ ଫେରାଇ ନେଇଥିବା ଜଣାପଡିଛି। ସରକାର ଏଦିଗରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି କରିଛନ୍ତି।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ