୩ ଜିଲା ପାଇଁ ସଭାପତି ଘୋଷଣା କଲା ବିଜୁ ଜନତା ଦଳ। ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲାରେ ନୂଆ ସଭାପତି ଘୋଷଣା କରାଯାଇଛି। ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲା ବିଜେଡି ସଭାପତି, ଝିନ ହିକ୍କା କୋରାପୁଟ ଜିଲା ବିଜେଡି ସଭାପତି ଏବଂ ଜଗନ୍ନାଥ ସାରକା ରାୟଗଡା ବିଜେଡି ଜିଲା ସଭାପତି ହୋଇଛନ୍ତି। ଅନ୍ୟପଟେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦଳର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳ (ବିଏମଜେଡି)ର ସଭାପତି ଭାବରେ ନିଯୁକ୍ତ କରିଛନ୍ତି ଏବଂ ଅନ୍ୟ ୧୫ ଜଣ ମହିଳା ନେତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ (ମହିଳା ବ୍ୟାପାର) ଦେଇଛନ୍ତି ।ବିଜୁ ଜନତା ଦଳ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ତୁରନ୍ତ ତାଙ୍କ ବିଏମଜେଡିର ସଭାପତି ଭାବରେ କାର୍ଯ୍ୟ କରିବେ । ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର-ବରିଷ୍ଠ ସାଧାରଣ ସଂପାଦିକା। ସେହିପରି ସୁଲୋଚନା ଦାସ, ସୁଲତା ଦେଓ, ବର୍ଷା ସିଂ ବରିହା- ସାଧାରଣ ସଂପାଦିକା। ଶ୍ରର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର,ଲୋପାମୁଦ୍ରା ବକ୍ସିପାତ୍ର- ସାଧାରଣ ସଂପାଦିକା ଭାବେ ନିଯୁକ୍ତ ହୋଇଛନ୍ତି। ମୀନତି ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ- ସାଧାରଣ ସଂପାଦିକା। ଦୀପାଳି ଦାସ, ରଂଜିତା ସାହୁ ଓ ଗୀତାଞ୍ଜଳି ବସ୍ତିଆ- ସାଧାରଣ ସଂପାଦିକା ଭାବେ ନିଯୁକ୍ତ।

More Stories
ଆଦିବାସୀ ନାବାଳିକାକୁ ଅସଦାଚାରଣ ଘଟଣା: ୯ ଆହତ, ୪ଗୁରୁତର |
ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ |
ଇରାନକୁ ବଡ଼ ଝଟକା : କ୍ଷେପଣାସ୍ତ୍ର ମାଡ଼ରେ ଇରାନର ନୂଆ ସୁପ୍ରିମ ଲିଡର୍ ଗୁରୁତର ଆହତ