ଏକ ବିରଳ ପ୍ରଜାତିର ଉଡ଼ନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର ହୋଇଛି। କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ବନାଞ୍ଚଳ ଅଧିନସ୍ଥ ରାମଗିରିସ୍ଥିତ ବିଏସଏଫ୍ କ୍ୟାମ୍ପ ପଛପଟୁ ଥିବା ଜଙ୍ଗଲରୁ ଏହା ଉଦ୍ଧାର ହୋଇଛି। ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏନ ବିଏସଏଫ ଯବାନମାନେ ପାଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏହି ସମୟରେ କ୍ୟାମ୍ପ ନିକଟରେ ଉଡନ୍ତା ଗୁଣ୍ଡୁଚି ମୂଷା ଉଦ୍ଧାର କରିଥିଲେ।
ଗୁଣ୍ଡୁଚି ମୂଷା ଅସୁସ୍ଥ ଥିବା ଅନୁଭବ କରି ଯବାନମାନେ ତାକୁ ପ୍ରାଥମିକ ଚିକିତ୍ସା କରିବା ସହ ପାଣି ଦେଇ ଟିକେ ସୁସ୍ଥ କରିଥିଲେ। ପରେ ରାମଗିରି ବିଏସଏଫ କମ୍ପାନି କୋମାଣ୍ଡର ଅମିତ କୁମାର ସିଂ ଏବଂ ଯବାନ ଲମ୍ବଧର ପରିଡା ଉଦ୍ଧାର ଉଡନ୍ତା ଗୁଣ୍ଡୁଚି ମୂଷାକୁ ନିକଟସ୍ଥ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ବନବିଭାଗ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଛିl
ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ପରୀକ୍ଷା କରିବା ପରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିର୍ଦେଶକ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗୁପ୍ତେଶ୍ୱର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା
ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି ଓଡ଼ିଶା