ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ ଗାଡି ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇଗାଡ଼ିର ସାମ୍ନାପଟ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଗାଡ଼ିର ବମ୍ପର କ୍ଷତିଗ୍ରସ୍ତ ହୋଇଛି ।
ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର କୌଣସି ବିଶେଷ କ୍ଷତି ହୋଇନାହିଁ ।
ଦୁଇ ଗାଡିର ଗତି ଧିର ରହିଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରାସ୍ତା ମଝିରେ ଦୁଇ ଗାଡି ରହିଯାଇଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେବା ସହ ଭିଡ ଲାଗିରହିଥିବା ଦେଖାଯାଇଥିଲା । ଖବରପାଇ ଲକ୍ଷ୍ମୀଜୋର୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡ଼ିକୁ ରାସ୍ତାରୁ ହଟାଇଥିଲା । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡିନଥିବା ବେଳେ ଗାଡ଼ିଚାଳକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି ପୋଲିସ ।

More Stories
ବରିଷ୍ଟ ଆଇନଜୀବୀଙ୍କୁ ସମ୍ନାନିତ କଲେ ଅତିରିକ୍ତ ଜିଲ୍ଲା ଜଜ |
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |