ପୁରୀ :-(କୈଳାଶ ଚନ୍ଦ୍ର ପଟନାୟକ)ସାତପଡା ଚିଲିକାରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ। ସାତପଡା ଚିଲିକା କୂଳରୁ ମୁହାଣ ନିକଟ ରେ
ଭୁବନେଶ୍ୱର ର ଏକ କମ୍ପାନୀ ର କିଛି କର୍ମଚାରୀ ପିକନିକ ରେ ଯାଇଥିଲେ। ଏପାଖରେ ରୋଷେଇ ଚାଲିଥିବା ବେଳେ କିଛି ଯୁବକ ଗାଧେଇବା ପାଇଁ ଯାଇଥିଲେ। ତେବେ ଗାଧେଇବା ବେଳେ ଚିଲିକା ସମୁଦ୍ର ମୁହାଣ ରେ ବୁଡି ଜଣେ ଯୁବକ ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଝାରଖଣ୍ଡ ର କୁଶଗ୍ର ଦିବ୍ୟ ବୋଲି ଜଣାଯାଇଛି। ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |