January 27, 2026

Now Odisha

Now Odisha

ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶିଶୁ କଳାକାରଙ୍କ ନୃତ୍ୟ ପରିବେଷଣ ।

Spread the love

ପରଜଙ୍ଗ –(ନିର୍ମଳ ଗଡ଼ନାୟକ ) ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପଛ ପାର୍ଶ୍ଵକୁ ଲାଗି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରହିଛି । ଏହି ଶିକ୍ଷା କେନ୍ଦ୍ର ପରିସରରେ ଆଜକୁ ପ୍ରାୟ ସାତ ମାସ ତଳେ ଅରୋଲେଖା ନାମରେ ଏକ କଳା ଶିକ୍ଷା କେନ୍ଦ୍ର ଖୋଲା ଯାଇଛି । ଏହି ଶିକ୍ଷା କେନ୍ଦ୍ରରେ ଅଞ୍ଚଳର କୋମଳମତି ପିଲା ମାନେ ଚିତ୍ର କଳା ଓ ନୃତ୍ୟ ଶିକ୍ଷା ଲାଭ କରିବା ପାଇଁ ଅନୁଷ୍ଠାନଟି ଗଢ଼ି ଉଠିଥିବା ବେଳେ ଅଞ୍ଚଳର ଯୁବ କଳାକାର ନୃସିଂହ ଚରଣ ବେହେରା ଉକ୍ତ ଅନୁଷ୍ଠାନର ମୁଖ୍ୟ ପରିଚାଳକ ରହିଛନ୍ତି ।ଶ୍ରୀ ବେହେରାଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ଅନୁଷ୍ଠାନରେ ଚିତ୍ର ଗୁରୁ ଓ ନୃତ୍ୟ ଗୁରୁଙ୍କ ଦ୍ଵାରା କଳା ଶିକ୍ଷା ଦିଆଯାଉଥିବା ବେଳେ ମାତ୍ର ସାତ ମାସ ବ୍ୟବଧାନ ଭିତରେ ଅନୁଷ୍ଠାନର ନୃତ୍ୟ ଗୁରୁ ସୁରେଶ ଚନ୍ଦ୍ର ପରିଡା ୭ ଜଣ କୁନି କୁନି କଳାକାର ମାନଙ୍କୁ ନେଇ ଶନିବାର ଦିନ ଅନୁଗୋଳ ଗସ୍ତରେ ଯାଇ ସେଠାରେ ଅନୁଗୋଳ ସଭା ଗୃହରେ ଆୟୋଜିତ ରାଜ୍ୟ ସ୍ତରୀୟ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମରେ କଳାକାର ମାନେ ଅଂଶ ଗ୍ରହଣ କରି ସୁସଜ୍ଜିତ ବେଶରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

error: Content is protected !!