January 27, 2026

Now Odisha

Now Odisha

ବାଂଲାଦେଶ ଫେରିବେ ଆଗାମୀ ପ୍ରଧାନମନ୍ତ୍ରୀ ? ୧୭ ବର୍ଷ ଲଣ୍ଡନରେ ରହିଥିଲେ,

Spread the love

ନୂଆଦିଲ୍ଲୀ,୨୪।୧୨: ମହମ୍ମଦ ୟୁନୁସ ରାଜ୍‌ରେ ବାଂଲାଦେଶର ସ୍ଥିତି ଖୁବ୍ ଖରାପ ହୋଇସାରିଛି। ଏବେ ସମସ୍ତଙ୍କୁ ଆଗାମୀ ବର୍ଷ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଅପେକ୍ଷା ରହିଛି। ଏହାପରେ ପଡୋଶୀ ଦେଶକୁ ନୂଆ ସରକାର ମିଳିବ। ଏହି ନିର୍ବାଚନ ପାଇଁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) କାର୍ଯ୍ୟବାହକ ଅଧ୍ୟକ୍ଷ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ବାଂଲାଦେଶ ଫେରୁଛନ୍ତି।

ତାଙ୍କର ସ୍ବାଗତ କରିବା ପାଇଁ ପାର୍ଟିର କାର୍ଯ୍ୟକର୍ତ୍ତା ଏକାଠି ହୋଇଥିଲେ। ବିଏନ୍ପିର ଲକ୍ଷ୍ୟ ଲଣ୍ଡନରୁ ୧୭ ବର୍ଷ ପରେ ଫେରୁଥିବା ରହମାନଙ୍କ ପାଇଁ ଆୟୋଜିତ ରାଲିରେ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଏକାଠି କରିବାକୁ ଯାଉଛି। ଏହି ଶକ୍ତି ପ୍ରଦର୍ଶନ ଏଭଳି ସମୟରେ ଚାଲିଛି, ଯେତେବେଳେ ରହମାନ ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଏକ ପ୍ରମୁଖ ଓ ମଜବୁତ ଦାବିଦାର ରୂପରେ ଆସୁଛନ୍ତି।

୬୦ ବର୍ଷୀୟ ରେହମାନ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ଏବଂ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ। ବହୁ ରାଜନୈତିକ ବିଶ୍ଲେଷକଙ୍କ କହିବା ଅନୁସାରେ, ସାଧାରଣ ନିର୍ବାଚନରେ ବିଏନ୍ପି ସବୁଠାରୁ ଆଗରେ ରହିଛି। ଲଣ୍ଡନରୁ ରେହମାନ ଫେରିବାର ସମୟ ଏଭଳି ରହିଛି ଯେତେବେଳେ ତାଙ୍କର ବଡ଼ ଶତ୍ରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଗାଦିଚ୍ୟୁତ ହୋଇଛନ୍ତି। ହାସିନା ହଟିବା ପରେ ବିଏନ୍ପି ପାର୍ଟିର ଦବଦବା ବଢିବାରେ ଲାଗିଛି। ସଂକ୍ଷିପ୍ତ ଅନ୍ତରୀଣ ସରକାରକୁ ଛାଡି ୧୯୯୧ ରେ ଖାଲିଦା ଜିୟା ଓ ଶେଖ ହାସିନା ବାରମ୍ବାର କରି କ୍ଷମତାକୁ ଆସୁଛନ୍ତି।ଆମେରିକାର ଇଣ୍ଟରନ୍ୟାସନାଲ ରିପବ୍ଲିକାନ୍ ଇନଷ୍ଟିଚ୍ୟୁଟ୍ ଡିସେମ୍ବରର ଏକ ସର୍ଭେରୁ ଜଣାପଡିଛି ବିଏନ୍ପି ସବୁଠାରୁ ଅଧିକ ସିଟ୍ ଜିତିବାର ବାଟରେ ରହିଛି। ସେଭଳି ଏହି ରେସ୍ରେ ଇସ୍ଲାମୀ ଜମାତ-ଇ-ଇସ୍ଲାମୀ ପାର୍ଟି ମଧ୍ୟ ରହିଛି। ହସିନାଙ୍କ ଆବାମୀ ଲିଗ୍ ପାର୍ଟି ଏଥର ନିର୍ବାଚନ ଲଢିପାରିବନି। ତେଣୁ ନିର୍ବାଚନରେ ହିଂସାକାଣ୍ଡ ହେବାର ଆଶଙ୍କା କରାଯାଉଛି। ରହମାନଙ୍କ ଫେରିବାର ନିଷ୍ପତ୍ତି ରାଜନୈତିକ ଘଟଣାକ୍ରମ ଓ ବ୍ୟକ୍ତିଗତ ସ୍ଥିତିର ଦୁଇଟି କାରଣ ରହିଛି। ତାଙ୍କ ମା’ ବହୁ ମାସ ହେବ ଗୁରୁତର ଭାବରେ ଅସୁସ୍ଥ ଅଛନ୍ତି। ଏହି କାରଣରୁ ପାର୍ଟିର ଆଭ୍ୟନ୍ତରୀଣ ସୁତ୍ର ଅନୁସାରେ, ତାଙ୍କୁ ତୁରନ୍ତ ଘରକୁ ଫେରିବାକୁ ପଡିବ।

error: Content is protected !!