ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନିକଟରୁ କିଛି ଦୂରରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଦଳ ମା’ ଶିବାନୀ-୨ ନାମକ ଗିଲ୍ନେଟରକୁ ଜବତ କରିଥିଲେ। ତା’ମଧ୍ୟରୁ ଗୋଟିଏ ଜିପିଏସ, ଦୁଇଟି ଭିଏଚଏଫ, ଗୋଟିଏ ଫିସଫାଇଣ୍ଡର,ତିନୋଟି ଗିଲନେଟ(ଜାଲ) ଓ ୧୩କ୍ୟୁଣ୍ଟାଲ ୫୦କେଜି ମାଛକୁ ଜବତ କରିବା ସହ ୧୭ଜଣ ମତ୍ସଜୀବୀଙ୍କୁ ଗିରଫ କରିଛି ।ଗିରଫ ମତ୍ସ୍ୟଜୀବୀମାନେ ହେଲେ ଭୀମସେନ ମାଇତି, ପ୍ରତାପ ସିଂ, ଶିବୁ ମାନ୍ନା, ଚନ୍ଦନ ଦାସ, ଶମ୍ଭୁ ଭୂୟାଁ, ରାମ ଖିଲାର, ତପନ ବିଶ୍ୱାସ, ତୁଷାର ସରକାର, ବଳରାମ ମାଇତି, ବରୁଣ ସର୍ଦ୍ଦାର, ଅଶୋକ ମଣ୍ଡଳ, ଶୁଶାନ୍ତ ମଳିକ, ଅମ୍ବାଇ ମୁଣ୍ଡା, ପୂର୍ଣ୍ଣଚନ୍ଦ୍ର ଦାସ, ଛୋଟରାଏ ସୋରେନ, ଶୁଶାନ୍ତ ଦାସ, ବାପି ଗିରି । ଗିରଫ ମତ୍ସ୍ୟଜୀବୀ ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କେନ୍ଦ୍ରାପଡ଼ା, ପଶ୍ଚିମବଙ୍ଗର ପୂର୍ବମେଦିନିପୁର ଓ ଉତ୍ତର ଚବିଶପ୍ରଗଣା ଅଞ୍ଚଳର। ସେମାନଙ୍କୁ କେନ୍ଦ୍ରାପଡ଼ା ସିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମରଞ୍ଜୁର ହେବାରୁ ମତ୍ସ୍ୟଜୀବୀଙ୍କୁ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |