କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ କଳହରୁ ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଶାଶୁଙ୍କ ମୃତ୍ୟୁ ଘଟିଛି। ସିର୍ତିଗୁଡା ଗ୍ରାମର ଜ୍ୱାଇଁ ସୁରତ ପ୍ରଧାନ ସବୁବେଳେ ନିଶାସକ୍ତ ହୋଇ ପରିବାରରେ ଝଗଡ଼ା କରୁଥିଲେ।
ଶନିବାର ସକାଳେ ମଧ୍ୟ ସ୍ତ୍ରୀ ତିଲିମା ପ୍ରଧାନଙ୍କ ସହିତ ଝଗଡ଼ା କରିଥିଲେ। ତାଙ୍କୁ ମାରପିଟ କରିବା ସହ ମାରିବାକୁ ଟାଙ୍ଗିଆରେ ଉଠାଇଥିଲେ। ଏହି ସମୟରେ ସୁରତଙ୍କ ଶାଶୁ ପେଟି ମଳିକ(୮୦) ପ୍ରତିବାଦ କରିବାରୁ ଟାଙ୍ଗିଆରେ ସୁରତ ଶାଶୁଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଫଳରେ ସେ ଗୁରୁତର ହୋଇପଡିଥିଲେ।
ପରିବାର ଲୋକେ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିିକିତ୍ସା ପରେ ପେଟିଙ୍କୁ ଫୁଲବାଣୀସ୍ଥିତ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପେଟିଙ୍କ ମୃତ୍ୟୁ ଘଟିଥିଲା। ଅଭିଯୋଗକୁ ଭିତ୍ତିକରି କ.ନୂଆଗାଁ ପୋଲିସ ଏକ ମାମଲା(ନଂ. ୧୯୬/୨୫) ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସୁରତ ଫେରାର ଥିବାରୁ ତାଙ୍କୁ ଖୋଜା ଚାଲିଛି ବୋଲି କ.ନୂଆଗାଁ ଥାନା ଅଧିକାରୀ ଅଶୋକ ହାଁସଦା କହିଛନ୍ତି।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,