ଦିଲ୍ଲୀ ବାୟୁ ପ୍ରଦୂଷଣରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାରଙ୍କ ଅନେକ ପଦକ୍ଷେପ ସତ୍ତ୍ୱେ ଏଥିରେ ସୁଧାର ଆସୁ ନାହିଁ। ଫଳରେ ଲୋକେ କେବଳ ଅତ୍ୟାଧୁନିକ ଏୟାର ପ୍ୟୁରିଫାୟାର ଭରସାରେ ରହୁଛନ୍ତି। ଏହାରି ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଏୟାର୍ ପ୍ୟୁରିଫାୟର୍ ଉପରେ GST ହ୍ରାସ କରିବା ଏବଂ ଏହାକୁ ‘ମେଡିକାଲ୍ ଡିଭାଇସ୍’ ବର୍ଗରେ ରଖିବା ପାଇଁ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (PIL)କୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ବିରୋଧ କରିଛନ୍ତି।କେନ୍ଦ୍ର ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ (ASG) ଏନ୍. ଭେଙ୍କଟରମଣ କୋର୍ଟରେ କହିଛନ୍ତି ଯେ ‘ମେଡିକାଲ୍ ଡିଭାଇସ୍’ର ବର୍ଗୀକରଣ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବିସ୍ତୃତ ଯାଞ୍ଚ ପରେ କରାଯାଇଥାଏ, GST ପରିଷଦ ଦ୍ୱାରା ନୁହେଁ। ତେଣୁ ଏହି ନିଷ୍ପତ୍ତି GST ପରିଷଦ ନେଇପାରିବ ନାହିଁ।ASG ଆହୁରି ମଧ୍ୟ କହିଛନ୍ତି ଯେ GST ହ୍ରାସ ପାଇଁ ଏକ ସାମ୍ବିଧାନିକ ପ୍ରକ୍ରିୟା ରହିଛି ଏବଂ ଏହି ପ୍ରକ୍ରିୟାକୁ ବନ୍ଦ କରାଯାଇ ପାରିବ ନାହିଁ। GST ପରିଷଦ ଏକ ସାମ୍ବିଧାନିକ ସଂସ୍ଥା ଏବଂ ସମସ୍ତ ରାଜ୍ୟ ଏହି ନିଷ୍ପତ୍ତି ପ୍ରକ୍ରିୟାରେ ଜଡ଼ିତ। ତେବେ କେନ୍ଦ୍ର ସରକାର ଏହି ଆବେଦନ ଉପରେ ବିସ୍ତୃତ ଜବାବ ଦାଖଲ କରିବାକୁ ସମୟ ମାଗିଛନ୍ତି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |