ରାଜ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ହିବିଭାଗରେ ରୋଗୀ ସେବା ବାଧାପ୍ରାପ୍ତ । ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବର୍ହି ବିଭାଗର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ବିଭିନ୍ନ ଦାବୀକୁ ନେଇ ବର୍ହି ବିଭାଗ ଡାକ୍ତରଙ୍କ ଅସନ୍ତୋଷ ପ୍ରକାଶ ସହିତ ଘଂଟିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଣିଆ ବ୍ଳକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଛାମୁଣ୍ଡିଆ, ଆଡ଼କଟା ଓ ରାସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସକାଳ ୧୦ ଘଟିକା ରୁ ଦିବା ୧୧ ଘଯିକା ପର୍ଯ୍ୟନ୍ତ ରୋଗୀ ସେବା ବନ୍ଦ ରହିଥିଲା । ଫଳରେ ଅନେକ ରୋଗୀ ଡାକ୍ତରଙ୍କ ପରାମର୍ଶ ନପାଇ ହଇରାଣ ହେବାର ଦେଖିବାକୁ ମିଳିଛି । ଓମସାର ଡାକରାରେ ୧୦ ଦଫା ଦାବୀ ନେଇ କାର୍ଯ୍ୟ ବନ୍ଦ କରାଯାଇଥିବା ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୁଦନ ଦାସ କହିଛନ୍ତି । ଆମର ଯାହା ଦାବୀ ରହିଛି ତାହା ପୁରଣ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଡାକ୍ତର ଦାସ କହିଛନ୍ତି ।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |