ରାଜ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ହିବିଭାଗରେ ରୋଗୀ ସେବା ବାଧାପ୍ରାପ୍ତ । ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବର୍ହି ବିଭାଗର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ବିଭିନ୍ନ ଦାବୀକୁ ନେଇ ବର୍ହି ବିଭାଗ ଡାକ୍ତରଙ୍କ ଅସନ୍ତୋଷ ପ୍ରକାଶ ସହିତ ଘଂଟିକିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଣିଆ ବ୍ଳକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଛାମୁଣ୍ଡିଆ, ଆଡ଼କଟା ଓ ରାସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସକାଳ ୧୦ ଘଟିକା ରୁ ଦିବା ୧୧ ଘଯିକା ପର୍ଯ୍ୟନ୍ତ ରୋଗୀ ସେବା ବନ୍ଦ ରହିଥିଲା । ଫଳରେ ଅନେକ ରୋଗୀ ଡାକ୍ତରଙ୍କ ପରାମର୍ଶ ନପାଇ ହଇରାଣ ହେବାର ଦେଖିବାକୁ ମିଳିଛି । ଓମସାର ଡାକରାରେ ୧୦ ଦଫା ଦାବୀ ନେଇ କାର୍ଯ୍ୟ ବନ୍ଦ କରାଯାଇଥିବା ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୁଦନ ଦାସ କହିଛନ୍ତି । ଆମର ଯାହା ଦାବୀ ରହିଛି ତାହା ପୁରଣ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଡାକ୍ତର ଦାସ କହିଛନ୍ତି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |