ସବୁବେଳେ ଅଶାନ୍ତ ରହୁଥିବା ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧର ଆଶଙ୍କା ଦେଖାଦେଇଛି । ଗୃହଯୁଦ୍ଧଗ୍ରସ୍ତ ୟେମେନକୁ ନେଇ ମୁହାଁମୁହିଁ ହୋଇଛନ୍ତି ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ ।
ୟେମେନର ମୁକାଲ୍ଲା ବନ୍ଦରରେ ଥିବା ୟୁଏଇର ଦୁଇଟି ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କରିଛି ସାଉଦି ବାୟୁସେନା । ଏହା ସହିତ ୟେମେନରୁ ନିଜ ସୈନିକଙ୍କୁ ପ୍ରତ୍ୟାହାର କରିବାକୁ ୟୁଏଇକୁ ୨୪ ଘଣ୍ଟାର ସମୟ ଦେଇଛି ସାଉଦି ଆରବ ।
ଯଦି ୟୁଏଇ ଏହାକୁ ନମାନେ ତେବେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି ।ସାଉଦି ଆରବ ଅଭିଯୋଗ କରିଛି ଯେ ସଂଯୁକ୍ତ ଆରବ ଏମିରେଟ୍ସ ୟେମେନ ବିଚ୍ଛିନ୍ନତାବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ସାଉଦି ଆରବ ଗତ ତିନି ଦିନ ମଧ୍ୟରେ ୟେମେନ ବିଚ୍ଛିନ୍ନତାବାଦୀଙ୍କ ଉପରେ ଦୁଇଟି ବଡ଼ ବିମାନ ଆକ୍ରମଣ କରିଛି। ଏବେ, ସାଉଦି ଆରବ ଏହି ମାମଲାରେ ୟୁଏଇକୁ ଏକ ଗମ୍ଭୀର ଧମକ ଦେଇଛି। ସାଉଦି ଆରବ କହିଛି, “ତୁମ ପାଖରେ ୟେମେନରୁ ତୁମର ଭଡ଼ାଟିଆ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିବା ପାଇଁ ୨୪ ଘଣ୍ଟା ସମୟ ଅଛି।” ତେବେ ସର୍ବଶେଷ ସୂଚନା ଅନୁସାରେ ୟୁଏଇ ୟେମେନରେ ନିଜର ଅପରେସନ ଶେଷ କରିବା ବିଷୟ ଘୋଷଣା କରିଛି ।ସୂଚନାଯୋଗ୍ୟ ଯେ ୟେମେନରେ ଏବେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସାଉଦି ଆରବ ସେଠାକାର ସରକାରଙ୍କୁ ସମର୍ଥନ କରୁଥିବାବେଳେ ୟୁଏଇ ବିଦ୍ରୋହୀମାନଙ୍କୁ ସମର୍ଥନ କରୁଛି । ବିଦ୍ରୋହୀଙ୍କୁ ସହାୟତା କରିବାକୁ ୟୁଇଏ ଯେଉଁ ଜାହାଜରେ ଅସ୍ତ୍ରଶସ୍ତ୍ର ପଠାଇଥିଲା, ତାହାକୁ ସାଉଦି ଆରବ ଏୟାରଷ୍ଟ୍ରାଇକ କରି ନଷ୍ଟ କରିଦେଇଛି ।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |