January 26, 2026

Now Odisha

Now Odisha

ପୁଟିନଙ୍କ ଘର ଉପରକୁ ଡ୍ରୋନ୍ ମାଡ଼ ପରେ ଆକ୍ସନରେ କ୍ରେମଲିନ୍, ବେଲାରୁଷରେ ମୁତୟନ କଲା ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ |

Spread the love

ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନଙ୍କ ଘର ଉପରକୁ ଆକ୍ରମଣ ଡ୍ରୋନ୍ ମାଡ଼ ପରେ ଆକ୍ସନରେ କ୍ରେମଲିନ୍। ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ବେଲାରୁଷରେ ଏହାର ଓରେଶନିକ୍ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି ବୋଲି ଘୋଷଣା କରିଛି। ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଏହାର ଫଟୋ ଜାରି କରିଛି, ଯେଉଁଥିରେ ମୋବାଇଲ୍ ଯୁଦ୍ଧ ବାହାନ ମିଶାଇଲକୁ ନେଇ ଜଙ୍ଗଲରେ ଯୁଦ୍ଧାଭ୍ୟାସ କରୁଥିବାର ଏକ ଭିଡିଓ ଜାରି କରିଛି।

ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ ୧୮ ଡିସେମ୍ବରରେ କହିଥିଲେ ଯେ ଓରେଶନିକ୍ କ୍ଷେପଣାସ୍ତ୍ର ଦେଶରେ ପହଞ୍ଚିସାରିଛି ଏବଂ ବେଲାରୁଷରେ ମୋଟ ୧୦ଟି ଏପରି ମିସାଇଲ ସିଷ୍ଟମ ନିୟୋଜିତ କରାଯିବ। ଏହି ସମୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୧୭ ରେ କହିଥିଲେ ଯେ ଓରେଶନିକ୍ ବର୍ଷ ଶେଷ ସୁଦ୍ଧା ସେବାରେ ସାମିଲ କରାଯିବ। ତଥାପି, ରୁଷର ଜେନେରାଲ ଷ୍ଟାଫ୍ ଚିଫ୍ ଭାଲେରି ଗେରାସିମୋଭ ପୂର୍ବରୁ କହିଥିଲେ ଯେ ରୁଷ ୨୦୨୫ ସୁଦ୍ଧା ଏହି କ୍ଷେପଣାସ୍ତ୍ର ସହିତ ଏକ ବ୍ରିଗେଡକୁ ସଜ୍ଜିତ କରିବ।ଓରେଶନିକ୍ କ୍ଷେପଣାସ୍ତ୍ର ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଆମେରିକାର ପ୍ରତିରକ୍ଷା ବିଭାଗ ଅନୁଯାୟୀ, ଏହା ଆରଏସ୍-୨୬ ରୁବେଜର ଏକ ପ୍ରକାର। ପେଣ୍ଟାଗନ୍ ଏହାକୁ ଆରଏସ୍-୨୬ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ଆଧାରିତ ବୋଲି ବିବେଚନା କରେ। ପାଶ୍ଚାତ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆରଏସ୍-୨୬ ରୁ ଗୋଟିଏ ପର୍ଯ୍ୟାୟକୁ ହଟାଇ ଏହାର ପରିସର ହ୍ରାସ କରାଯାଇଛି। ଏହି କ୍ଷେପଣାସ୍ତ୍ର ପ୍ରାୟ ୧୫ ରୁ ୧୮.୫ ମିଟର ଲମ୍ବା, ପ୍ରାୟ ୧.୯ ମିଟର ବ୍ୟାସ ବିଶିଷ୍ଟ ଏବଂ ଏହାକୁ ଏକ ମୋବାଇଲ୍ ଯାନ ଏବଂ ଲଞ୍ଚର୍ ରେ ଲଗାଯାଇଛି, ଯାହା ଏହାକୁ ଦ୍ରୁତ ଗତିରେ ନିୟୋଜିତ ଏବଂ ଲୁଚାଇ ରଖିବାରେ ସାହାଯ୍ୟ କରେ।

ବେଲାରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଓରେଶନିକ୍ ଲକ୍ଷ୍ୟଭେଦ କ୍ଷମତା ୫,୦୦୦ କିଲୋମିଟର ପର୍ଯ୍ୟନ୍ତ, ଯାହା ଫଳରେ ଏହା ୟୁରୋପର ଅଧିକାଂଶ ଅଞ୍ଚଳକୁ ଟାର୍ଗେଟ କରିପାରିବ। ରୁଷ ଦାବି କରିଛି ଯେ ଏହି କ୍ଷେପଣାସ୍ତ୍ର ପୋଲାଣ୍ଡର ଏକ ବାୟୁସେନା ଘାଟିରେ ୧୧ ମିନିଟ୍ ଏବଂ ବ୍ରସେଲ୍ସରେ ଥିବା ନାଟୋ ମୁଖ୍ୟାଳୟରେ ୧୭ ମିନିଟ୍ ମଧ୍ୟରେ ପହଞ୍ଚିପାରିବ।

error: Content is protected !!