ନନ୍ଦିପଦା ଥାନା ପରିସରରେ ବିଷ ପିଇଦେଲେ ଯୁବକ।ଜଣେ ଯୁବତୀଙ୍କ ସହ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ଅଭିଯୋଗ। ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି, ପରେ ଆନନ୍ଦପୁର ମେଡିକାଲ୍ରେ ଭର୍ତ୍ତି।ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା।ସମାଧାନ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଯୁବକ ଜଣଙ୍କ ବିଷ ପିଇଦେଲେ।
ସୂଚନାନୁଯାୟୀ, ନନ୍ଦିପଦା ଥାନା ଅଧୀନ ଶାଳନିଆଁ ଗାଁର ବିପିନ ବିହାରୀ କୁଆଁର ଡିମିରିଆର ଜଣେ ଯୁବତୀଙ୍କୁ ଗତ ୩ବର୍ଷ ଧରି ଭଲପାଉଥିଲେ। ହେଲେ ବିବାହ ପାଇଁ ପ୍ରସ୍ତାବ ଦେବାରୁ ଯୁବତୀ ଆଉ ରାଜି ହୋଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା। ଏପରିକି ବିପିନଙ୍କ ବିରୋଧରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମଙ୍ଗଳବାର ନନ୍ଦିପଦା ପୋଲିସ ଉଭୟ ପରିବାରଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ଚଳାଇଥିଲା। ହେଲେ ଯୁବତୀଙ୍କଠାରୁ ମିଳିଥିବା ଏଭଳି ପ୍ରତାରଣାକୁ ସହି ନ ପାରି ଥାନା ପରସରରେ ବିପିନ ବିଷ ପିଇଦେଇଥିଲେ। ଏବେ ଗୁରୁତର ବିପିନଙ୍କ ଚିକିତ୍ସା ଆନନ୍ଦପୁର ଡାକ୍ତରଖାନାରେ ଚାଲିଥିବାବେଳେ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |