ଖୋର୍ଦ୍ଧା: ସାମ୍ବାଦିକ ଆଳରେ ଗଂଜେଇ ଚୋରା ଚାଲାଣ କରିବା ମହଙ୍ଗା ପଡ଼ିଛି। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ହାତରେ ୱେବ ଚ୍ୟାନେଲ ସାମ୍ୱାଦିକ ପ୍ରତାପ ଦିଗଲ ଓ ତାଙ୍କ ସହଯୋଗୀ ଧରାପଡ଼ିଛନ୍ତି। ଉଭୟଙ୍କ ଘର କନ୍ଧମାଳ ଅଞ୍ଚଳରେ ବୋଲି ଜଣାପଡିଛି।
ପ୍ରତାପ ପୂର୍ବରୁ ମଧ୍ୟ ଏହି କାରବାର ଲିପ୍ତ ରହିଛନ୍ତି। ସେମାନଙ୍କ ନିକଟରୁ ୨୩ କେଜି ଗଂଜେଇ ସହ ତିନି ଗୋଟି ମୋବାଇଲ ଫୋନ, ଗୋଟେ ନିୟୁଜ କ୍ୟାମେରା ସହ ବୁମ ପରିଚୟ ପତ୍ର ଏବଂ ଏକ କାର ଜବତ କରାଯାଇଛି।
ଗଂଜେଇ କନ୍ଧମାଳରୁ ଚୋରା ଚାଲାଣ କରୁଥିଲେ। ଆଜି ସାରୁଅ ବଜାରରୁ ଗିରଫ କରିଛି ଅବକାରୀ ବିଭାଗ।
ସେହିପରି ଜାତୀୟ ରାଜପଥ ୧୬ ମଳିପଡା ଫ୍ଲାଏଓଭର ପାର୍ଶ୍ଵରୁ ୨୨କେଜି ଗଂଜେଇ, ଗୋଟିଏ ଟୋୟୋଟା କାର ଏବଂ ଏକ ମୋବାଇଲ ଫୋନ ସହ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଜିଲ୍ଲା ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି।
ପ୍ରତାପ ପୂର୍ବରୁ ମଧ୍ୟ ଏହି କାରବାର ଲିପ୍ତ ରହିଛନ୍ତି। ସେମାନଙ୍କ ନିକଟରୁ ୨୩ କେଜି ଗଂଜେଇ ସହ ତିନି ଗୋଟି ମୋବାଇଲ ଫୋନ, ଗୋଟେ ନିୟୁଜ କ୍ୟାମେରା ସହ ବୁମ ପରିଚୟ ପତ୍ର ଏବଂ ଏକ କାର ଜବତ କରାଯାଇଛି। ଗଂଜେଇ କନ୍ଧମାଳରୁ ଚୋରା ଚାଲାଣ କରୁଥିଲେ। ଆଜି ସାରୁଅ ବଜାରରୁ ଗିରଫ କରିଛି ଅବକାରୀ ବିଭାଗ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |