ଖୋର୍ଦ୍ଧା: ସାମ୍ବାଦିକ ଆଳରେ ଗଂଜେଇ ଚୋରା ଚାଲାଣ କରିବା ମହଙ୍ଗା ପଡ଼ିଛି। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ହାତରେ ୱେବ ଚ୍ୟାନେଲ ସାମ୍ୱାଦିକ ପ୍ରତାପ ଦିଗଲ ଓ ତାଙ୍କ ସହଯୋଗୀ ଧରାପଡ଼ିଛନ୍ତି। ଉଭୟଙ୍କ ଘର କନ୍ଧମାଳ ଅଞ୍ଚଳରେ ବୋଲି ଜଣାପଡିଛି।
ପ୍ରତାପ ପୂର୍ବରୁ ମଧ୍ୟ ଏହି କାରବାର ଲିପ୍ତ ରହିଛନ୍ତି। ସେମାନଙ୍କ ନିକଟରୁ ୨୩ କେଜି ଗଂଜେଇ ସହ ତିନି ଗୋଟି ମୋବାଇଲ ଫୋନ, ଗୋଟେ ନିୟୁଜ କ୍ୟାମେରା ସହ ବୁମ ପରିଚୟ ପତ୍ର ଏବଂ ଏକ କାର ଜବତ କରାଯାଇଛି।
ଗଂଜେଇ କନ୍ଧମାଳରୁ ଚୋରା ଚାଲାଣ କରୁଥିଲେ। ଆଜି ସାରୁଅ ବଜାରରୁ ଗିରଫ କରିଛି ଅବକାରୀ ବିଭାଗ।
ସେହିପରି ଜାତୀୟ ରାଜପଥ ୧୬ ମଳିପଡା ଫ୍ଲାଏଓଭର ପାର୍ଶ୍ଵରୁ ୨୨କେଜି ଗଂଜେଇ, ଗୋଟିଏ ଟୋୟୋଟା କାର ଏବଂ ଏକ ମୋବାଇଲ ଫୋନ ସହ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଜିଲ୍ଲା ଅଧିକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି।
ପ୍ରତାପ ପୂର୍ବରୁ ମଧ୍ୟ ଏହି କାରବାର ଲିପ୍ତ ରହିଛନ୍ତି। ସେମାନଙ୍କ ନିକଟରୁ ୨୩ କେଜି ଗଂଜେଇ ସହ ତିନି ଗୋଟି ମୋବାଇଲ ଫୋନ, ଗୋଟେ ନିୟୁଜ କ୍ୟାମେରା ସହ ବୁମ ପରିଚୟ ପତ୍ର ଏବଂ ଏକ କାର ଜବତ କରାଯାଇଛି। ଗଂଜେଇ କନ୍ଧମାଳରୁ ଚୋରା ଚାଲାଣ କରୁଥିଲେ। ଆଜି ସାରୁଅ ବଜାରରୁ ଗିରଫ କରିଛି ଅବକାରୀ ବିଭାଗ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍