ଏଟିଏମରେ ପାଇବେନି ୫୦୦ ଟଙ୍କିଆ ନୋଟ୍ !
ମାର୍ଚ୍ଚରୁ କ’ଣ ସତରେ ବନ୍ଦ ହୋଇଯିବ କି ?
ଭାଇରାଲ ତଥ୍ୟରେ କେତେ ରହିଛି ସତ୍ୟତା ?
ନୂଆଦିଲ୍ଲୀ; ୨/୧ : ଏଟିଏମରେ ଆଉ ରହିବନି ୫୦୦ ଟଙ୍କିଆ ନୋଟ୍ । ମାର୍ଚ୍ଚ ମାସରୁ ଆଉ ଦେଖିବାକୁ ମିଳିବନି ୫ ଶହ ଟଙ୍କିଆ ନୋଟ୍ । ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଫେସବୁକଠାରୁ ଆରମ୍ଭ କରି ଟ୍ବିଟର ସବୁଥିରେ ଏବେ ଏହା ନିଆଁ ଭଳି ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଚା ଖଟିରୁ ଆରମ୍ଭ କରି ଅଫିସ୍ ସବୁଠି ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ଜାଣିବା ପାଇଁ ସମସ୍ତେ ଇଛୁକ। ତେବେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ଏହି ଖବରଟି ଗୁଜବ ନା ସତ ।
PIB ଫ୍ୟାକ୍ଟ ଚେକ୍ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ଦର୍ଶାଉଛି । ସେପଟେ ସରକାରୀ ଫ୍ୟାକ୍ଟ ଚେକିଂ ଓ୍ବିଙ୍ଗ୍ ମଧ୍ୟ ଏହି ଖବରକୁ ମିଥ୍ୟା ବୋଲି କହିଛି । RBI ପକ୍ଷରୁ ବିମୁଦ୍ରିକରଣ ସମ୍ପର୍କରେ ମଧ୍ୟ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । RBI ଏଯାବତ ଏନେଇ କୌଣସି ସଙ୍କେତ ଦେଇନାହିଁ । ଏମିତିକି ବିମୁଦ୍ରିକରଣ କରାଯିବା ନେଇ ମଧ୍ୟ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଯାଇନାହିଁ । କିନ୍ତୁ ସୋସିଆଲ ମିଡିଆରେ ଏଭଳି ଏକ ଗୁଜବ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକେ ବହୁ ଚିନ୍ତିତ ରହିଥିବା ମଧ୍ୟ ଦେକିବାକୁ ମିଳିଛି । ତେବେ ସବୁବେଳେ RBI ନୋଟ ଉପରେ ଦେଉଥିବା ତଥ୍ୟକୁ ବିଶ୍ବାସ କରନ୍ତୁ। ଏଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ କଥାକୁ କେବେ ମଧ୍ୟ ବିଶ୍ବାସ କରନ୍ତୁ ନାହିଁ ।

More Stories
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “
ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ,ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା |