ମାର୍ଚ୍ଚରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର୍। ପ୍ରଦୂଷଣ ସାର୍ଟିଫିକେଟ୍ ଥିଲେ ଗାଡ଼ିରେ ଲାଗିବ ସବୁଜ ଷ୍ଟିକର। ଏହି ଷ୍ଟିକର ଦେଖିଲେ ଯାଇ ପେଟ୍ରୋଲ୍ ପମ୍ପରେ ତେଲ ଦେବେ କର୍ମଚାରୀ। ହେଲେ ଆପଣ ଜାଣିଛନ୍ତି ଏହି ଗ୍ରୀନ୍ ଷ୍ଟିକ୍ର କେମିତି ପାଇବେ।
RTOରୁ ମିଳିବ PUC ଗ୍ରୀନ୍ ଷ୍ଟିକର
ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ଟେଷ୍ଟ କରଛନ୍ତି।
ଆପଣଙ୍କ ପାଖରେ PUCC ସାର୍ଟିଫିକେଟ୍ ଅଛି କି ? ତାହା ହେଲେ ଡରିବାର ନାହିଁ। ଅତି ସହଜରେ ଗ୍ରୀନ୍ ଷ୍ଟିକର୍ ହାସଲ କରିପାରିବେ ଗାଡ଼ି ମାଲିକ। ଏଥିପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସବୁ ଆର୍ଟିଓ ଗୁଡ଼ିକରେ ସ୍ପେଶାଲ କାଉଣ୍ଟର ଖୋଲିବ। ଯେଉଁଥିରେ ଗାଡ଼ି ମାଲିକମାନେ ନିଜ ନିଜ ବୈଧ ପ୍ରଦୂଷଣ ସାର୍ଟିଫିକେଟ୍ ଦେଖାଇ ଗ୍ରୀନ୍ ଷ୍ଟିକର ନେଇପାରିବେ। ଏହି ବ୍ୟବସ୍ଥା ଜାନୁଆରୀ ୧୦ ତାରିଖରୁ ରାଜ୍ୟ ସମସ୍ତ ଆର୍ଟିଓରେ ଆରମ୍ଭ ହେବ। ଅନ୍ୟପଟେ ଯେଉଁମାନେ ଗାଡ଼ିର ପ୍ରଦୂଷଣ ଟେଷ୍ଟ କରିନାହାନ୍ତି। କିମ୍ବ ଆଗକୁ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ କରିବେ ତାହାଲେ ବିଚଳିତ ହେବାର ନାହିଁ। ସେମାନେ ମଧ୍ୟ ଗ୍ରୀନ୍ ଷ୍ଟିକ୍ର ପାଇବେ । ଜାନୁଆରୀ ୧୦ ତାରିଖ ପରେ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ବା ମୋବାଇଲ ୟୁନିଟ୍ ଗୁଡ଼ିକରେ ଗାଡ଼ି ଯାଞ୍ଚ କଲେ। ପରେ ଆପଣଙ୍କ ଗାଡ଼ି ସେଥିରେ ପାସ୍ କରେ। ତା ହେଲେ ସେଠାରୁ ହିଁ ଗ୍ରୀନ୍ ଷ୍ଟିକ୍ର ପାଇପାରିବେ । ଆଉ ଆର୍ଟିଓ ଅଫିସ୍କୁ ଦୌଡ଼ିବାକୁ ପଡିବ ନାହିଁ। ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ, କେବଳ ବୈଧ ପ୍ରଦୂଷଣ ସାର୍ଟିଫିକେଟ୍ ଥିବା ଯାନବାହାନଗୁଡ଼ିକୁ ହିଁ ସବୁଜ ଷ୍ଟିକର୍ ପ୍ରଦାନ କରାଯିବ। ଷ୍ଟିକର୍ ଜାରି କରିବା ପୂର୍ବରୁ ଆର୍ଟିଓ ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ ବାହାନ ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ। ଜାନୁଆରୀ ୧୦ ତାରିଖରୁ ସମସ୍ତ ଆର୍ଟିଓରେ ଗ୍ରୀନ୍ ଷ୍ଟିକର ମିଳିବ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |