January 25, 2026

Now Odisha

Now Odisha

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର |

Spread the love

ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର ଆଉ ମୁଁ ତୁମର ଶତ୍ରୁ। ଖୁସିରେ ରୁହ। କିଛି ଏଭଳି କ୍ୟାପଶନ ସହ ଫଟୋ ପୋଷ୍ଟ କରିଛନ୍ତି ଗୁଲୁଆ। ଫଟୋଟି ଉଭୟ ବର୍ଷା ଏବଂ ତାଙ୍କୁ ଏକ ରୋମାଣ୍ଟିକ ଖୁସିର ମୂହୁର୍ତ୍ତ ରହିଛି। ପୋଷ୍ଟରେ ଉଭୟଙ୍କ ପ୍ରଶଂସକ ପ୍ରତିକ୍ରିୟା ରଖୁଛନ୍ତି।

ପ୍ରାୟ ୮ବର୍ଷର ପ୍ରେମ ସମ୍ପର୍କ ପରେ ୨୦୨୩ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବର୍ଷା ଓ ଗୁଲୁଆ। ତେବେ ବିବାହ ପରେ ମଧ୍ୟଗୁଲୁଆଙ୍କ ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ପରକୀୟା ପ୍ରୀତି ଯୋଗୁ ହସଖୁସିରେ ଥିବା ପରିବାର ଏବେ ଭାଙ୍ଗିବାକୁ ଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା। ସେପଟେ ଗୁଲୁଆଙ୍କ ଅଭିଯୋଗ ୫୦ଲକ୍ଷଟଙ୍କା ପାଇଁ ତାଙ୍କୁ ମାରିଦେବାକୁ ଧମକ ମିଳୁଛି।

ନିକଟରେ ଗୁଲୁଆ ଏକ ଭିଡିଓ ପୋଷ୍ଟ କରି ସୋସିଆଲ ମିଡିଆରେ କାହିଁକି ବଦନାମ କରୁଛ, କୋର୍ଟ ଯାଅ। ସୋସିଆଲ ମିଡିଆରେ ବଦନାମ କରି ମୋ ଭାତହାଣ୍ଡି ବନ୍ଦ କରିବାକୁ ଚାହୁଁଛ। ମୋତେ ଯେତେ ବଦନାମ କଲଣି ମୋତେ ଆଉ ଝିଅ ମିଳିବେ ତ। ତମେ ସିନା ମୋଠାରୁ ଟଙ୍କା ନେଇ ନନ-ଓଡ଼ିଆ ଟୋକା ସହିତ ଫରେନରେ ସେଟେଲ ହେବ। ମୋ ଅବସ୍ଥା କ’ଣ ହେବ। ସେଟେଲ୍‌ ଯଦି ଟଙ୍କା ଦରକାର ଆଲୋଚନା ପାଇଁ ଆସ, ମିଡିଆରେ ସମାଧାନ ହେବନି। କୋର୍ଟରେ ଫଇସଲା ହେବ, ଯଦି ମୁଁ ଦୋଷୀ ମୋତେ ଦଣ୍ଡ ମିଳିବ। ଯଦି ତୁମେ ମୋ ସହ ରହିବାକୁ ଚାହୁଁଛ, ମୁଁ ସ୍ବାଗତ କରିବି। ପୂର୍ବ କଥା ସବୁ ଭୁଲି ମୁଁ ତୁମକୁ ଗ୍ରହଣ କରିବି। ଯଦି ଡିଭୋର୍ସ ନେବାକୁ ଚାହୁଁଛ ଭଲରେ ଅଲଗା ହୋଇଯିବା। ମୁଁ ଏବେ ଡିପ୍ରେସନରେ ଅଛି। ମୋ ବୋଉ ଦେହ ଖରାପ ହୋଇଗଲାଣି। ମୁଁ ଖାଇପାରୁନି। ପ୍ଲିଜ୍‌ ଚାଲ କୋର୍ଟରେ କଥା ହେବା। ସମାଧାନ ବାହାର କରିବା ବୋଲି କହିଥିଲେ।

ପରେ ଏହାର ଜବାବ ଦେଇଥିଲେ ବର୍ଷା। ଗୁଲୁଆଙ୍କ ସମସ୍ତ ଦାବିକୁ ମିଛ ବୋଲି ଅନେକ ସିସିଟିଭି ଫୁଟେଜ ଏବଂ ଫଟୋ ଦେଖାଇଥିଲେ। ଏବେ ଏହାର କିଛି ଦିନ ପରେ ଗୁଲୁଆଙ୍କ ପୋଷ୍ଟ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି।

error: Content is protected !!