January 25, 2026

Now Odisha

Now Odisha

ପଦ୍ମ ଧରିବେ ଆଉ ଜଣେ ରାଜ୍ୟସଭା ସାଂସଦ! ଜୋରଦାର ଚର୍ଚ୍ଚା, ବିଜେଡ଼ିରେ ଗୁଞ୍ଜରଣ |

Spread the love

ଶଙ୍ଖ ଛାଡ଼ି ପଦ୍ମ କ୍ୟାମ୍ପକୁ ଲମ୍ଫ ମାରିବେ କି ଦେବାଶିଷ ? ଉପକୂଳିଆ ନେତାଙ୍କ ସହ ଗୁପ୍ତ ବୈଠକ, ନୂଆ ପୋଷ୍ଟରରୁ ଶଙ୍ଖ ଚିହ୍ନ ଗାଏବ । ଦଳର ସୁପ୍ରିମୋ ନବୀନଙ୍କୁ ସମର୍ଥନ କରୁଥିଲେ ମଧ୍ୟ ପାଣ୍ଡିଆନଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଆସୁଛନ୍ତି ଦେବାଶିଷ। ଗଲା କିଛି ଦିନ ହେଲା ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଜୋର ଧରିଛି ଚର୍ଚ୍ଚା ।ଏପଟେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ବିଜେଡି ରାଜ୍ୟସଭା ସାଂସଦ ତାଙ୍କ ସଂପର୍କରେ ଅଛନ୍ତି । ତେବେ ଏହି ରାଜ୍ୟସଭା ସାଂସଦ ଜଣକ କିଏ ? ଦେବାଶିଷଙ୍କ ଆଡ଼କୁ ଇସାରା କରୁନାହାନ୍ତି ତ ତୋମାର ?

ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ବୟାନ ଯେ କିଛି ବିଜେଡି ରାଜ୍ୟସଭା ସାଂସଦ ତାଙ୍କ ସଂପର୍କରେ ଅଛନ୍ତି, ଏହା ବିଜେଡିରେ ପୁଣି ଗୁଞ୍ଜରଣ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି-ଯେ ବିଜୟପାଲ ସିଂହ କ’ଣ ଦେବାଶିଷଙ୍କ ଆଡ଼କୁ ଇସାରା କରୁଛନ୍ତି ? ବିଗତ କିଛିଦିନ ଭିତରେ ଦେବାଶିଷ ସାମନ୍ତରାୟଙ୍କ ବୟାନ, ଦଳକୁ ନେଇ କଡ଼ା ଆଭିମୁଖ୍ୟ ଓ ଗୁପ୍ତ ବୈଠକ, ଦେବାଶିଷଙ୍କ ଆଗାମୀ ପଦକ୍ଷେପକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି । କାରଣଏହା ପୂର୍ବରୁ ମମତା ମହନ୍ତ ଓ ସୁଜିତ କୁମାରଙ୍କ କଥା ସମସ୍ତଙ୍କର ମନେ ଅଛି ।ଯଦି ଦେବାଶିଷ ସେଭଳି କୌଣସି ପଦକ୍ଷେପ ନିଅନ୍ତି, ତେବେ ଏହା ଏକ ବଡ଼ ପଦକ୍ଷେପ ହୋଇପାରେ । କାରଣ ତାଙ୍କ ସହିତ ବିଜେଡିର ଅନେକ ଉପକୂଳିଆ ଯୁବ ନେତା ବି ଗୁପ୍ତ ବୈଠକରେ ଲଗାତାର ସାମିଲ ହେଉଛନ୍ତି । ଦେଖିବାକୁ ଗଲେ କଟକରେ ଏବେ ଭାରତୀୟ ଜନତା ପାର୍ଟି-ବିଜେପି, ଟାଣୁଆ ଚେହେରା ଆବଶ୍ୟକ କରୁଛି । ସମୀର ଦେ’ଙ୍କ ପରେ ଆଉ ସେଭଳି କୌଣସି ନେତା ସଂଗଠନ ତିଆରି କରିବା ପାଇଁ ବଡ଼ ଧରଣର ପଦକ୍ଷେପ ନେଇ ନାହାନ୍ତି । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ଆସନ ଖାଲି ହେଉଛି । ସୁଜିତ କୁମାର, ମମତା ମହାନ୍ତ, ନିରଂଜନ ବିଶି ଓ ମୁନ୍ନା ଖାନ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

error: Content is protected !!