ବାଂଲାଦେଶରେ ଖୋକନ ଦାସ ହତ୍ୟା ମାମଲାରେ ତିନି ଗିରଫ । ସରିଆତପୁରରେ ଖୋକନ ଦାସଙ୍କୁ ବିଭତ୍ସ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବାଂଲାଦେଶୀ ସୁରକ୍ଷା ବଳ RAB । ଗିରଫ ଅଭିଯୁକ୍ତମାନେ ସୋହାଗ, ରବି ଓ ପଳାସ ବୋଲି ଚିହ୍ନଟ ହୋଇଛନ୍ତି । ଗତକାଲି ରାତିତମାମ କିଶୋରଗଞ୍ଜ ଓ ବଜିତପୁରରେ RAB ଘନ ଘନ ଚଢ଼ଉ କରି ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୋଲିସ କହିବାନୁସାରେ କେହେରଭାଙ୍ଗ ବଜାରରେ ଖୋକନ ଦାସଙ୍କର ଏକ ମେଡିସିନ୍ ଷ୍ଟୋର୍ ଓ ମୋବାଇଲ୍ ଦୋକାନ ଥିଲା । ଗତ ଡିସେମ୍ବର ୩୧ ରାତିରେ ଖୋକନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତିଲାଇ ଏରିଆ ନିକଟରେ ୩ରୁ ୪ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ତାଙ୍କ ଉପରେ ଭୀଷଣ ଆକ୍ରମଣ କରିଥିଲେ ଓ ତାଙ୍କଠାରୁ ଟଙ୍କା ଲୁଟି ନେଇଥିଲେ ।
ଅପରାଧୀମାନେ ଖୋକନଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ମାଡ଼ି ଆସିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ । ଖୋକନଙ୍କୁ ସଙ୍ଗେ ସଙ୍ଗେ ଢାକା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ଖୋକନ ୩ ଅଭିଯୁକ୍ତଙ୍କ ନାମ କହିଥିବା ବେଳେ ସେଇ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେପଟେ ବାଂଲାଦେଶରେ ଜଣଙ୍କ ପରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯିବାକୁ ନେଇ ଭାରତରେ ବିରୋଧାଭାଷ ଜାରି ରହିଛି ।

More Stories
ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ
ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ,
ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!