January 25, 2026

Now Odisha

Now Odisha

ପୀତବାସ ପଣ୍ଡା ହତ୍ୟା ଘଟଣା, ଟ୍ରଙ୍କ୍‌ରେ ଆସିଲା ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌ |

Spread the love

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ଦାଖଲ କରିଛି ଚାର୍ଜସିଟ। ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ୩୦ ହଜାର ପୃଷ୍ଠାର ପ୍ରାଥମିକ ଚାର୍ଜସିଟ ପୋଲିସ ଦାଖଲ କରିଛି। ତିନି ହଜାର ଚାର୍ଜସିଟ ସହ ସିଡି, କଲ ଡିଟେକ୍ଟ ରିପୋର୍ଟ ଓ ଅନ୍ୟ ରିପୋର୍ଟ ସମୁଦାୟ ପ୍ରାୟ ୩୦ ହଜାର ଡକ୍ୟୁମେଣ୍ଟ ଦାଖଲ କରିଥିବା କହିଛି ପୋଲିସ।

ଏହି ସମୟରେ ଦୁଇଟି ଟ୍ରଙ୍କ ତଥା ଟିଣ ବକ୍ସରେ ଚାର୍ଜସିଟ କୋର୍ଟକୁ ଆଣିଥିବ ଦେଖିବାକୁ ମିଳିଥିଲା। ଏତେ ବଡ଼ ଚାର୍ଜସିଟ୍ କୁ ନେଇ କୌତୁହଳ ପ୍ରକାଶ ପାଇଛି।

ଡିସେମ୍ବର ୯ ତାରିଖରେ ମାମଲାର କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ। ଏହି ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ, ବିଜେଡ଼ି ନେତା ମଦନ ଦଳେଇ ରହିଛନ୍ତି। ମାମଲାରେ ଜାମିନ ପାଇଁ ବିକ୍ରମ ପଣ୍ଡା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି।

ଗତ ଅକ୍ଟୋବର ୬ ତାରିଖ ରାତିରେ ବୈକୁଣ୍ଠନଗର ସାହି ଛକରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଅକ୍ଟୋବର ୨୦ ତାରିଖରେ ବିକ୍ରମ ପଣ୍ଡା, ଶିବ ଶଙ୍କର ଦାସ ସମେତ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଚାର୍ଜସିଟ ଦାଖଲ କରିବା ପରେ ଆଗକୁ ତଦନ୍ତ ତ୍ଵରାନ୍ଵିତ ହେବା ଆଶା ରଖିଛନ୍ତି ଆଇନଜୀବୀ।

error: Content is protected !!