ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତ ହରିପୁର ଗାଁର ଜଣେ ଶିକ୍ଷକ ୱାର୍ଲଡ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି l ସେ ଏବେ ବାହାନଗା ବ୍ଲକ କ୍ଷେତ୍ର ମୋହନ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷକତା କରୁଛନ୍ତି l ତେବେ ସେ ୱାର୍ଲଡ ବୁକରେ ରେକର୍ଡ କରିବା ପରେ ବେଶ ଖୁସି ଅଛନ୍ତି l ପୂର୍ବରୁ ସେ ଅନେକ ସ୍ଥାନରୁ ସମ୍ମାନିତ ହୋଇଥିବା ବେଳେ ଅନେକ ରେକର୍ଡ କରିଛନ୍ତି l ଆଉ ଏବେ ଏକ ନୂଆ ଫର୍ଦ ଯୋଡିହୋଇଛି l ଦେଶରେ କିପରି ଭାବେ ଶିକ୍ଷାକୁ ଆଗକୁ ଯିବ ଏହା ଉପରେ ଲେଖି ଏହି ପୁରସ୍କାର ପାଇଛନ୍ତି l ତେବେ ଶିକ୍ଷକ ପିତାମ୍ବର ଖିଲାର ଲଣ୍ଡନରେ ଏକ ଆୟୋଜିତ ସମ୍ମିଳନୀରେ ପହଞ୍ଚି ନିଜର ପ୍ରମାଣପତ୍ର ହାସଲ କରିଛନ୍ତି l ଗତ ଅଗଷ୍ଟ ମାସରେ 280 ପୃଷ୍ଠାର ଏକା ଡକ୍ୟୁମେଣ୍ଟାରୀ ଫିଲ୍ମ ଆଉ ଫୋଟୋ ଚିତ୍ର ଅନଲାଇନରେ ଅପଲୋଡ଼ କରାଯାଇଥିଲେ l ପରେ 600 ଲୋକଙ୍କ ଭିତରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା l ସମାଜରୁ କୁସଂସ୍କାର ଦୁରେଇ ଅବହେଳିତ ଲୋକଙ୍କୁ ଶିକ୍ଷିତ କରିବା ତଥା, ଅସାଧାରଣ ଓ ଦୁଃସାହାସିକ କାର୍ଯ୍ୟକରି ନିଜକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ଏହି ସମ୍ମିଳନୀଟି ଇଂଲଣ୍ଡରେ ୭ ଦିନ କନଫେରେନ୍ସ ବସିଥିବା ବେଳେ ୭ଟି ମହାଦେଶ ରୁ ୪୫ ଟି ଦେଶର ପ୍ରତିନିଧି ଭାଗ ନେଇଥିଲେ l କିନ୍ତୁ ଭାରତରୁ କେବଳ ପିତାମ୍ବର ଖିଲାରଙ୍କୁ ମନୋନୀତ କରାଯାଇଛି l
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ