ପୁଣି ଥରାଇବ ଶୀତ। ଖସିବ ତାପମାତ୍ରା, ବଢ଼ିବ ଥଣ୍ଡା। ଜାଡ଼ ମାଡ଼ାରେ ପୁଣି ଅସ୍ତବ୍ୟସ୍ତ ହେବ ପୂରା ରାଜ୍ୟ। ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆଗାମୀ ୪ -୫ ଦିନ ପର୍ଯ୍ୟନ୍ତ ୨ରୁ ୪ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ। ଫଳରେ ଅଧିକ ଶୀତ ହେବ। ପୂରା ଓଡ଼ିଶାରେ ଶୀତର ପ୍ରକୋପ ବଢ଼ିବ।
୫ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି। ଖାଲି ଶୀତ ନୁହେଁ ତା ସାଙ୍ଗକୁ କୁହୁଡ଼ି ମଧ୍ୟ କଲବଲ କରୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନ କୁହୁଡ଼ି ଏବଂ ଅନେକ ସ୍ଥାନରେ ମଧ୍ୟମ ଓ ହାଲୁକା କୁହୁଡ଼ି ହେବ।
ଆଜି ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଦୃଶ୍ୟମାନ ଦୂରତା ୨୦ ମିଟର ଥିଲା। ଆସନ୍ତାକାଲି କୁହୁଡ଼ି ପାଇଁ କନ୍ଧମାଳ, କୋରାପୁଟ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ବଲାଙ୍ଗିର ଏବଂ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୭ ତାରିଖରେ ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭବନା ନାହିଁ।

More Stories
ପୋଖରୀରେ ପଡି ଶିଶୁ ମୃତ |
ଏଲପିଜି ନିୟନ୍ତ୍ରଣ ଆଦେଶ ପିଏନଜି ସଂଯୋଗ ଥିବା ଉପଭୋକ୍ତାଙ୍କ ଦ୍ୱାରା ଏଲପିଜି ସଂଯୋଗ ତ୍ୟାଗକୁ ବାଧ୍ୟତାମୂଳକ କରିଛି |
ଘୂର୍ଣ୍ଣିଝଡ଼ ତାଣ୍ଡବ: ୨ ମୃତ |