January 25, 2026

Now Odisha

Now Odisha

ଅନ୍ଦୋଳନ ପରେ ଚେତିଲେ ପ୍ରଶାସନ, ପ୍ରଶାସନିକ କମିଟି କିଣିବ ମକା |

Spread the love

ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକରେ ମକା ୩୦ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଦ୍ବାରା ଜଙ୍ଗଲ ଜମି ଓ ଅନ୍ୟ ରାଜସ୍ବ ସରକାରୀ ଜବରଦଖଲ ଜମି ଆଦିରେ ପ୍ରାୟ ଦେଢ଼ ଲକ୍ଷ ହେକ୍ଟରରେ ଚାଷ ହେଉଛି। ଏତେ ପରିମାଣର ମକାଚାଷକୁ ସରକାର କିମ୍ବା ଜିଲ୍ଲା ପ୍ରଶାସନ ସ୍ବକୃତି ଦେଇନାହାନ୍ତି। ୬୧ହଜାର ୪୨୧ହେକ୍ଟର ଜମିରେ ଚାଷ ହେଉଥିବା ସରକାରୀ ଭାବେ ଦର୍ଶାଯାଉଛି।

ଏହି ବର୍ଷ ଓରମାସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମକା ମିସନରେ ୯ଟି କୃଷି ଉତ୍ପାଦକ ଅନୁଷ୍ଠାନ ପକ୍ଷରୁ ୨୦ହଜାର ମାଟ୍ରିକ ଟନ୍ ମକା ମଂଜି କିଣବ। ସରକାର ଓ ପ୍ରଶାସନ ଧାନ ପରି ମକା ମଣ୍ଡି କରୁ ନଥିବାରୁ ଅଭାବିବିକ୍ରୀର ଶିକାର ହେଉଛନ୍ତି। ରାଜ୍ୟ ସରକାର ମକାମଣ୍ଡି କିମ୍ବା ପ୍ରଶାସନ ଜରିଆରେ କିଣିବାକୁ ଦାବି କରି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରାଇଘର, ଉମରକୋଟ ଓଝରି ଗାଁରେ ୩ଦିନ ଧରି ଆନ୍ଦୋଳନ କରି ଥିଲେ। ପ୍ରଶାସନ ଚେତିଛି। ମକା କିଣିବାକୁ ଜିଲ୍ଲାପ୍ରଶାସନ ବ୍ଲକସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ଜରିଆରେ ବିଭିନ୍ନ ବ୍ୟବସାୟୀ ଓ କମ୍ପାନି ମକା କିଣିବେ।

ଜିଲ୍ଲାରେ ୧ଲକ୍ଷ ମାଟ୍ରିକ ଟନ୍ ମକା ମଂଜି ଉତ୍ପାଦନ ହେଉଛି। ସେଥିରୁ ଗତ ବର୍ଷ ୧୭,୩୭୨ ମାଟ୍ରିକ ଟନ୍ ଓରମାସ ପକ୍ଷରୁ କିଣାଯାଇଛି ଏବଂ ଏବର୍ଷ ୨୦ହଜାର ମାଟ୍ରିକ୍ ଟନ୍ କିଣିବାକୁ ନିଷ୍ପତ୍ତି ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ମକା ଉପରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ସହ ଓଡ଼ିଶାର ୨ଟି ବଡ଼ ଇଥାନେଲ୍ ପ୍ରକଳ୍ପ ଜୁନାଗଡ ଓ ତରଭା ସହ କଟକ, ଭୁବନେଶ୍ବରରେ ଥିବା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ବି ନିର୍ଭର।

ଆହୁରି ପଢ଼ନ୍ତୁ:MGNAREGA: ମନରେଗା ମହିଳା ଶ୍ରମିକ ଭାଗିଦାରୀ ୪୫.୧୧ ପ୍ରତିଶତ

ଆନ୍ଧ୍ର, ପଶ୍ଚିମବଙ୍ଗ ଯାଉଛି ମକା

ଜିଲ୍ଲାରେ ଉତ୍ପାଦିତ ମକାରୁ ୩୦ପ୍ରତିଶତ ଆନ୍ଧ୍ର ପ୍ରଦେଶ ଯାଉଛି। ବିଜୟନଗରମର ଏକ କଂପାନି ୨୦ପ୍ରତିଶତ ମକା ମଂଜି କିଣି ନେଉଛି। ଆନ୍ଧ୍ରର ଅନ୍ୟ କିଛି ଖାଦ୍ୟ ପ୍ରକ୍ରିୟାକରଣ କଳ ସହ ଗୋଖାଦ୍ୟ, କୁକୁଡା ଦାନା ପ୍ରସ୍ତୁତ କରୁଥିବା କିଛି କମ୍ପାନି ବି ୧୦ପ୍ରତିଶତ ମଂଜି କିଣୁଛନ୍ତି। ଏହା ବାଦ୍ ପଶ୍ଚିମବଙ୍ଗ, ଛତିଶଗଡ଼, କଟକ ଓ ଭୁବନେଶ୍ବରରେ ଥିବା ଖାଦ୍ୟ ପ୍ରକ୍ରିୟା କରଣ କମ୍ପାନି ଗୁଡିକ ୧୫ ପ୍ରତିଶତ ଲେଖାଏଁ ମଂଜି କିଣୁଛନ୍ତି। ଇଥାନେଲ୍ ଉତ୍ପାଦନ କରୁଥିବା ଜୁନାଗଡ଼ ଓ ତରଭାକୁ ୧୦ପ୍ରତିଶତ ମକାମଂଜି ଯାଉଛି ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧିରଂଜନ ବେହେରା।

ବ୍ଲକ ସ୍ତରୀୟ କମିଟି ଗଠନ

ବେଶି ପରିମାଣର ମକା ଉତ୍ପାଦିତ ହେଉଥିବା ରାଇଘର, ଝରିଗାଁ ଓ ଉମରକୋଟ ବ୍ଲକ ପାଇଁ ବ୍ଲକସ୍ତରୀୟ କମିଟି ଗଠନ କରିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। କମିଟିରେ ବ୍ଲକ ଅଧ୍ୟକ୍ଷ, ତହସିଲଦାର, ବିଡିଓ, ଓଏଲଏମର ବିପିଏମ, ଯୋଗାଣ ବିଭାଗର ଏମଆଇ(ଯୋଗାଣ ନିରୀକ୍ଷକ), କୃଷି ପ୍ରତିନିଧି ଓ ଥାନା ଅଧିକାରୀ ରହିଛନ୍ତି। ଏମାନେ ଚାଷୀ ଯେଭଳି ଉଚିତ ଦରରେ ମକା ବିକ୍ରି କରି ପାରିବ ସେ ଦିଗରେ ଧ୍ୟାନ ଦେଇ ବିକ୍ରି କରାଇ ଅଭାବି ବିକ୍ରିକୁ ଦୁର କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ପୂର୍ବତନ ସାଂସଦ ସ୍ବାଗତ କରିବା ସହ ସଫଳତାର ସହ କାର୍ଯ୍ୟକାରୀ ହେଉ ବୋଲି ଆଶା ପ୍ରକଟ କରିଛନ୍ତି।

error: Content is protected !!