January 25, 2026

Now Odisha

Now Odisha

ପୁଅ ଜନ୍ମ ପରେ ବାପା ଭୁଲିଗଲା ୧୦ ଝିଅଙ୍କ ନାଁ |

Spread the love

ପୁଅ-ଝିଅ ଭିତରେ କିଛି ଫରକ ନାହିଁ । ସଭିଏଁ ସମାନ ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଏହା କେବଳ କଥାରେ ବୋଲି ହରିୟାଣାର ଏହି ଘଟଣାରୁ ପ୍ରମାଣିତ ହୋଇଛି । ହରିୟାଣାର ଜିନ୍ଦ ଜିଲ୍ଲାର ସଞ୍ଜୟ ଓ ପତ୍ନୀ ସୁନୀତା ୧୦ ଝିଅଙ୍କ ଲାଳନପାଳନ ସମେତ ପରିବାରର ଆର୍ଥିକ ବୋଝ ପରେ ବି ପୁଅ ଆଶା ମଉଳି ନ ଥିଲା। ଶେଷରେ ବୟସର ଅପରାହ୍ନରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନ ପ୍

ମାତ୍ର ପୁଅ ପାଗଳ ସଞ୍ଜୟ ନିଜ ସମସ୍ତ ଝିଅଙ୍କ ନାଁ ମନେ ରଖି ପାରି ନଥିବା ସ୍ବୀକାର କରିଛନ୍ତି।

ସଞ୍ଜୟ ଏବଂ ତାଙ୍କ ପତ୍ନୀ ସୁନୀତା ୧୯ ବର୍ଷ ପୂର୍ବେ ବିବାହ କରିଥିଲେ। ନିଜ ବଂଶରକ୍ଷା ପାଇଁ ସେମାନେ ପୁଅ ଚାହୁଁଥିଲେ । ହେଲେ ପୁଅ ଆଶାରେ ୧୦ ଝିଅର ବାପାମା ହୋଇଥିଲେ। ।

ସ୍ଥାନୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ବ୍ୟକ୍ତି କହିଛନ୍ତି, ତାଙ୍କ ବଡ଼ ଝିଅ ଶ୍ରୀନା ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଏକାଦଶରେ ପଢୁଛନ୍ତି ଅମ୍ରିତା । ଅନ୍ୟ ଝିଅଙ୍କ ନାଁ କହିବାକୁ ଚେଷ୍ଟା କଲେ, କିନ୍ତୁ ସବୁ ଝିଅଙ୍କ ନାଁ ତାଙ୍କର ମନେପଡ଼ିଲା ନାହିଁ । ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଙ୍କୁ ଚକିତ କରିଛି ।

ଓଜସ୍ ହସ୍ପିଟାଲରେ ତାଙ୍କର ଶିଶୁ ପୁତ୍ର ଜନ୍ମ ହୋଇଛି । ଡାକ୍ତର କହିଛନ୍ତି, ଗର୍ଭଧାରଣ ଓ ପ୍ରସବ ଉଭୟ ମା’ ଓ ନବଜାତକ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା । ଶିଶୁର ଶରୀରରେ ମାତ୍ର ୫ ଗ୍ରାମ୍ ରକ୍ତ ଥିଲା । ପ୍ରସବ ପରେ ମା’ ଓ ଶିଶୁ ଉଭୟ ଡାକ୍ତରଖାନାରେ ରହିଥିଲେ । ବ୍ୟକ୍ତିଙ୍କ ସାକ୍ଷାତକାର ଭିଡିଓ ଦେଖି ୟୁଜର୍ କ୍ରୋଧିତ ହୋଇଛନ୍ତି ଏବଂ ମା’ ଓ ଶିଶୁର ମଙ୍ଗଳ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ।

error: Content is protected !!