ବାଦାମପାହାଡ/ଝିପାବନ୍ଧ :ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ଗ୍ରାମକୁ ଗମନାଗମନ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବିନିମୟରେ ରାସ୍ତା ନିର୍ମାଣ ହେଉଥିବାବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।
ବାସିଲା ଗ୍ରାମବାସୀ ଗ୍ରାମଠାରୁ ପୋଡଶୀ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସାନହାତନାବେଡା ମଧ୍ଯ ରାସ୍ତାକୁ ରାସ୍ତାକୁ ଟେଣ୍ଡର ଅନୁଯାୟୀ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି। ଠିକାଦାର ଜଣକ ପୂର୍ବରୁ ଥିବା ମାଟି ରାସ୍ତା ଉପରେ ପିଚୁ ପକାଇ ରାସ୍ତା ନିର୍ମାଣ କାମ ସାରି ଦେଇଛନ୍ତି।
କାମ ସମୟରେ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀ ନ ଆସିବାରୁ ଠିକାଦାର ଫାଇଦା ଉଠାଇ ମାଟି ଉପରେ ପିଚୁ ପକାଇ ତରବରିଆ କାମ ସାରି ପଳାଇ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତାରେ ମେଟାଲ କି ମୋରମ୍ ନ ପକାଇ ପୂର୍ବରୁ ଥୂବା ରାସ୍ତା ଉପରେ ଡଷ୍ଟ ପକାଇ ପିଚୁ କରିଛନ୍ତି ଠିକାଦାର, ଯାହା ଅତିନିମ୍ନମାନର କାମ କରି ବିଲ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଯାହାକି ଏକ ସପ୍ତାହ ମଧ୍ଯ ତିଷ୍ଠିବା ଅସମ୍ଭବ ଅଟେ। ରାସ୍ତାରେ ହାତ ମାରିଲେ ଫଡାଫଡା ପିଚୁ ଉଠି ପଡୁଛି। ହାତରେ ଉଠାଇଲେ ପିଚୁ ବାହାରି ଆସୁଥିବାର ଫଟୋଚିତ୍ରରେ ବାରି ହୋଇପଡୁଛି। ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅସାଧୁ ମେଣ୍ଟ ଯୋଗୁଁ ଏଭଳି କେଳେଙ୍କାରୀ ସମ୍ଭବ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ
ଏ ନେଇ ତୁରନ୍ତ ଅନୁସନ୍ଧାନ କରି ପୁନଃ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସେହି ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହିତ କଥା ହେବା ପାଇଁ କହିଥିଲେ। ପରେ ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିତ ନାୟକଙ୍କୁ ଯୋଗାଯୋଗ କରିବାରୁ ରାସ୍ତା କାର୍ଯ୍ୟର ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ପ୍ରବଳ ଶୀତ ଯୋଗୁଁ ପିଚୁ ଠିକ ଭାବେ ବସି ନ ଥିବାବେଳେ ଗ୍ରାମବାସୀ ଜୋର ଜବରଦସ୍ତ ଟାଣି ବାହାର କରି ଦେଇଥିବା କହିଛନ୍ତି।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |