ଝାଡ଼ଖଣ୍ଡ: ସ୍ତ୍ରୀର ଅନ୍ୟ କେଉଁ ପୁରୁଷ ସହିତ ଅବୈଧ ସମ୍ପର୍କ ଥିବା ନେଇ ଥିଲା ସ୍ବାମୀର ସନ୍ଦେହ । ସାଙ୍ଗମାନେ ମଧ୍ୟ ସ୍ତ୍ରୀର କାରନାମା ପାଇଁ ସବୁବେଳେ ମାରୁଥିଲେ ଟାହିଟାପରା । ଏନେଇ ସ୍ତ୍ରୀକୁ ବୁଝାଇବା ପରିବର୍ତ୍ତେ ସ୍ବାମୀ ଏମିତି କାଣ୍ଡ କଲା ଯେ ଏବେ ଚାରିଆଡ଼େ ଚର୍ଚ୍ଚା । ସନ୍ଦେହ କରି ଜଣଙ୍କ ଜୀବନ ନେଇଯାଇଛି ଅଭିଯୁକ୍ତ ସ୍ବାମୀ ।
ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଝାଡ଼ଖଣ୍ଡରୁ ଆସିଛି ।
ଡିସେମ୍ବର ୨୫ ତାରିଖର ଘଟଣା । ଆଦିତ୍ୟପୁର ଥାନା ଅନ୍ତର୍ଗତ ଗହ୍ମାରିଆର ଶିବନାରାୟଣପୁର ଜଙ୍ଗଲ ମଝିରୁ ମିଳିଥିଲା ଜଣେ ସିକ୍ୟୁରିଟି ଗାର୍ଡଙ୍କ ମରଶରୀର । ମୃତକ ସିକ୍ୟୁରିଟି ଗାର୍ଡ ହେଉଛନ୍ତି ସନ୍ଦୀପ ମହତୋ । ତାଙ୍କର ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଥିଲେ ପରିବାର । ଅଭିଯୋଗ ଆଧାରରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଏବେ ଏହି ମାମଲାର ସମାଧାନ କରିଛି ପୋଲିସ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିବନାରାୟଣପୁରର ବାସିନ୍ଦା ବିକାଶ ଚନ୍ଦ୍ର ମହତୋ, ଗୌରାଙ୍ଗୋ କାଳିନ୍ଦୀ ଏବଂ ଗହ୍ମାରିଆର ବାସିନ୍ଦା ସନ୍ଦୀପ ପ୍ରମାଣିକ ସାମିଲ ଥିବା ଜଣାପଡ଼ିଛି ।
ପୋଲିସ ପ୍ରକାଶ କରିଛି ଯେ ମୁଖ୍ୟ ଅଭିଯୁକ୍ତ ବିକାଶ ଚନ୍ଦ୍ର ମହତୋ ନିଜ ସ୍ତ୍ରୀ ଉପରେ ସନ୍ଦେହ କରି ଏମିତି କାଣ୍ଡ କରିଛି । ବିକାଶଙ୍କ ସ୍ତ୍ରୀ ମୃତ ସନ୍ଦୀପ ମହତୋ ସହିତ ଅବୈଧ ସମ୍ପର୍କ ଥିବା ସନ୍ଦେହ କରିଥିଲେ ବିକାଶ । ସନ୍ଦେହରେ ହିତାହିତ ଜ୍ଞାନ ଭୁଲି ସନ୍ଦୀପଙ୍କୁ ହତ୍ୟା କରିବା ନେଇ ରଚିଲେ ଷଡଯନ୍ତ୍ର । ନିଜ ସହଯୋଗୀଙ୍କ ସହିତ ମିଶି ଘଟାଇଲା ଏଭଳି ବଡ଼ ଅପରାଧ ।
ସୂଚନା ଅନୁସାରେ ଗହ୍ମାରିଆର ବାସିନ୍ଦା ସୁଖଲାଲ ମହତୋଙ୍କ ପୁଅ ସନ୍ଦୀପ ମହତୋ ଡିସେମ୍ବର ୨୪ ତାରିଖରେ କାମ ପାଇଁ ଘରୁ ଯାଇଥିଲେ କିନ୍ତୁ ଫେରି ନଥିଲେ । ପରଦିନ ଅର୍ଥାତ ଡିସେମ୍ବର ୨୫ ତାରିଖରେ ଶିବନାରାୟଣପୁର ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ଏନେଇ ଆଦିତ୍ୟପୁର ପୋଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଘଟଣାକୁ ନେଇ ଏସପିଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଥିଲା । ଟେକ୍ନିକାଲ୍ ପ୍ରମାଣ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ସରେଇକେଲା ଏସଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ରାଗରେ ମଣିଷ କିଛି ବି କରିବାକୁ ପଛାଏନି । ହିତାହିତ ଜ୍ଞାନ ଭୁଲିଯାଇ କିଛି ବି କରି ବସେ । ଯଦି ଅଭିଯୁକ୍ତ ବିକାଶ ଏଭଳି ଅପରାଧ କରିଥିବା କଥା ସତ ପ୍ରମାଣିତ ହୁଏ, ତେବେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନର ସାମନା କରିବେ । ହୁଏତ ଜଣେ ଭୁଲ କରି ପାରେ ହେଲେ ଏଭଳି ଦଣ୍ଡ ଦେବାର ଅଧିକାର ମଣିଷର ନାହିଁ । ତାକୁ ଆଇନ୍ କାନୁନ ବରଦାସ୍ତ କରିବେ ନାହିଁ ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |