ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ହୋଇଛି । ଯେ କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। କେବଳ ବ୍ୟବହାର ଆଧାରରେ କାମୁଡ଼ା କୁକୁରକୁ ଚିହ୍ନିବା ସମ୍ଭବ ନୁହେଁ ।
ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦ ଦିନ ଭିତରେ ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି । କୋର୍ଟ କହିଛନ୍ତି ଯେ, ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି ।
କୋର୍ଟ କହିଛନ୍ତି ଯେ, କୁକୁରମାନେ କେବଳ କାମୁଡ଼ନ୍ତି ନାହିଁ; ସେମାନେ ଲୋକଙ୍କୁ ମଧ୍ୟ ପିଛା କରନ୍ତି । ଯାହା ଦୁର୍ଘଟଣାର କାରଣ ହୋଇପାରେ । ତେବେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷା ଅନୁଷ୍ଠାନ, ରେଲୱେ ଷ୍ଟେସନ, ହସପିଟାଲ ଏବଂ ସାଧାରଣ ସ୍ଥାନରେ କୁକୁର କାମୁଡ଼ା ମାମଲାରେ ବଢୁଥିବାରୁ କୁକୁରକୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ନିର୍ଦ୍ଧାରିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ ଉଚିତ । ଯେଉଁଠୁ ସେମାନଙ୍କୁ ଧରାଯାଇଛି, ସେଠାରେ ପୁଣିଥରେ ଛାଡିଦେବା ଉଚିତ ନୁହେଁ ।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!