ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ହୋଇଛି । ଯେ କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। କେବଳ ବ୍ୟବହାର ଆଧାରରେ କାମୁଡ଼ା କୁକୁରକୁ ଚିହ୍ନିବା ସମ୍ଭବ ନୁହେଁ ।
ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦ ଦିନ ଭିତରେ ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି । କୋର୍ଟ କହିଛନ୍ତି ଯେ, ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି ।
କୋର୍ଟ କହିଛନ୍ତି ଯେ, କୁକୁରମାନେ କେବଳ କାମୁଡ଼ନ୍ତି ନାହିଁ; ସେମାନେ ଲୋକଙ୍କୁ ମଧ୍ୟ ପିଛା କରନ୍ତି । ଯାହା ଦୁର୍ଘଟଣାର କାରଣ ହୋଇପାରେ । ତେବେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷା ଅନୁଷ୍ଠାନ, ରେଲୱେ ଷ୍ଟେସନ, ହସପିଟାଲ ଏବଂ ସାଧାରଣ ସ୍ଥାନରେ କୁକୁର କାମୁଡ଼ା ମାମଲାରେ ବଢୁଥିବାରୁ କୁକୁରକୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ନିର୍ଦ୍ଧାରିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ ଉଚିତ । ଯେଉଁଠୁ ସେମାନଙ୍କୁ ଧରାଯାଇଛି, ସେଠାରେ ପୁଣିଥରେ ଛାଡିଦେବା ଉଚିତ ନୁହେଁ ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |